ନିରପେକ୍ଷ(ଭୁବନେଶ୍ୱର) : ଜଟଣୀ ଥାନା ପୁଲିସ ଅଭିଯୋଗକାରୀ ଶ୍ରୀ ସୁଦର୍ଶନ ନାୟକଙ୍କ ଅଭିଯୋଗ କ୍ରମେ ଉପରୋକ୍ତ ମାମଲା ରୁଜୁ କରି ତଦନ୍ତ କରିବା ସହିତ ନିମ୍ନୋକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।ସୂଚନାଯୋଗ୍ୟ ଯେ, ଗତ କାଲି ମଧ୍ୟାହ୍ନରେ ଅଭିଯୋଗକାରୀ ଜଣକ ଚିନ୍ତାମଣୀଶ୍ଵର ଅନ୍ତର୍ଗତ ନାଲିମଠ ଠାରେ ନିଜ ଫୋନରେ କଥା ହେଉଥିଲେ । ସେହି ସମୟରେ ନିମ୍ନୋକ୍ତ ଦୁଇ ଅଭିଯୁକ୍ତ ଏକ ଅଟୋରେ ଆସି ଅଭିଯୋଗକାରୀଙ୍କୁ ଏକ ଶକ୍ତ ଧକା ପକାଇବା ସହିତ ତାଙ୍କ ହାତରୁ ଫୋନଟିକୁ ଛଡାଇ ନେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଉକ୍ତ ଫୋନ ଖୋଳରେ ଅଭିଯୋଗକାରୀ ଜଣକ ୫୦୦ ଟଙ୍କା ରଖିଥିଲେ ।
