Home Breaking News ଜୋରଜବରଦସ୍ତ ଟଙ୍କା ମାଗିଵା ,ମନା କରିବାରୁ ନିସ୍ତୁକ ମାଡ

ଜୋରଜବରଦସ୍ତ ଟଙ୍କା ମାଗିଵା ,ମନା କରିବାରୁ ନିସ୍ତୁକ ମାଡ

by Admin
0 comment

ନିରପେକ୍ଷ(ଭୁବନେଶ୍ୱର) :ଖାରବେଳନଗର ଥାନା ପୁଲିସ ଅଭିଯୋଗକାରୀ ଶ୍ରୀ ସନ୍ତୋଷ ମୁଦୁଲିଙ୍କ ଅଭିଯୋଗ କ୍ରମେ ଉପରୋକ୍ତ ମାମଲାର ତଦନ୍ତ କରିବା ସହିତ ବିଜୁ ବେହେରା(26),ନସିମ ରେହମାନ(37),ଏସକେ ଅବଦୁଲ ହାନନଂ(35)ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।ସୂଚନାଯୋଗ୍ୟ ଯେ, ଗତ କାଲି ସକାଳେ ଅଭିଯୋଗକାରୀ ଜଣକ ତାଙ୍କର ଜଣେ ବନ୍ଧୁଙ୍କୁ ରେଲୱେ ଷ୍ଟେସନକୁ ଛାଡିବା ନିମନ୍ତେ ଯାଇଥିଲେ ।

ବନ୍ଧୁଙ୍କୁ ସେଠାରେ ଛାଡି ଘରକୁ ଫେରିବା ସମୟରେ ରିଲାଏନ୍ସ ଫ୍ରେସ ନିକଟରେ ନିମ୍ନୋକ୍ତ ତିନି ଅଭିଯୁକ୍ତ ଏବଂ ତାଙ୍କର ଜଣେ ସହଯୋଗୀ ତାଙ୍କୁ ରାସ୍ତାରେ ଜୋରଜବରଦସ୍ତ ଅଟକାଇବା ସହିତ ଜୋରଜବରଦସ୍ତ ଟଙ୍କା ମାଗିଥିଲେ । ଅଭିଯୋଗକାରୀ ଜଣକ ଟଙ୍କା ଦେବା ଲାଗି ମନା କରିବାରୁ ଅଭିଯୁକ୍ତ ମାନେ ତାଙ୍କୁ ମାଡ ମାରିବା ସହିତ ତାଙ୍କ ନିକଟରେ ଥିବା ମୋବାଇଲ ଫୋନ ଛଡାଇ ନେବା ସହିତ ଫୋନ-ପେ ସିକ୍ରେଟ ନମ୍ବର ପଚାରି ବୁଝି ନେଇଥିଲେ ।

ପରେ ସେମାନେ ଦୁଇଟି କିସ୍ତିରେ ୯୦,୯୦୦ ଟଙ୍କା ଅଭିଯୁକ୍ତ ବିଜୁ ବେହେରାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିନେଇ ମୋବାଇଲ ଫୋନ ଫେରାଇ ଦେଇଥିଲେ ଏବଂ ଘଟଣା ସମ୍ପର୍କରେ ପ୍ରଘଟ ନକରିବା ଲାଗି ଧମକ ଦେଇ ଫେରାର ହୋଇଯାଇଥିଲେ । ଅଭିଯୋଗକାରୀଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁକରି ତଦନ୍ତ କରିବା ସହିତ ଏକ ବିଶ୍ଵସ୍ତ ସୂତ୍ରକୁ ଆଧାର କରି ୟୁନିଟ-୩ ଅଞ୍ଚଳରେ ଚଢଉ କରି ନିମ୍ନୋକ୍ତ ତିନିଜଣ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ଛାନଭିନ ସମୟରେ ପୁଲିସ ନିମ୍ନୋକ୍ତ ଅଭିଯୁକ୍ତଙ୍କ ନିକଟରୁ ମୋଟ ୯୦,୦୦୦ ଟଙ୍କା ଜବତ କରିଥିଲେ । ପଚରାଉଚରା ବେଳେ ଅଭିଯୁକ୍ତ ମାନେ ନିଜର ଅନ୍ୟ ଏକ ସହଯୋଗୀଙ୍କ ସହିତ ମିଶି ଏହି କାଣ୍ଡ ଭିଆଇ ଥିବା କଥା ସ୍ଵୀକାର କରିଥିଲେ ।

ନିମ୍ନୋକ୍ତ ଅଭିଯୁକ୍ତ ବିଜୁ ବେହେରାଙ୍କ ନାମରେ ଖାରବେଳନଗର ଥାନାରେ ୪ଟି ମାମଲା ରହିଥିବା ବେଳେ ନୟାପଲ୍ଲୀ ଥାନାରେ ଗୋଟିଏ ମାମଲା ରହିଛି । ସେହିପରି ନସିମ ରେହେମାନଙ୍କ ନାମରେ ଖାରବେଳନଗର ଥାନାରେ ୩ଟି ମାମଲା ରହିଥିବା ବେଳେ ଅଭିଯୁକ୍ତ ଏସକେ ଅବଦୁଲ ହନନଙ୍କ ନାମରେ ବାଲିଅନ୍ତା ଥାନାରେ ଗୋଟିଏ ମାମଲା ରହିଥିବା ଜଣାପଡିଛିବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc