ନିରପେକ୍ଷ(ଭୁବନେଶ୍ୱର) :ଖାରବେଳନଗର ଥାନା ପୁଲିସ ଅଭିଯୋଗକାରୀ ଶ୍ରୀ କସାର ମହମ୍ମଦଙ୍କ ଅଭିଯୋଗ କ୍ରମେ ଉପରୋକ୍ତ ମାମଲାର ତଦନ୍ତ କରିବା ସହିତବିକି ମହାନ୍ତି(22) ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀଙ୍କ ସତ୍ୟନଗର ଅନ୍ତର୍ଗତ ଦୁର୍ଗାପୂଜା ମଣ୍ଡପ ନିକଟରେ ଏକ ଚିକେନ ଦୋକାନ ଅଛି । ଗତ କାଲି ଅପରାହ୍ନରେ ସେ ଦୋକାନ ବନ୍ଦ କରି ଘରକୁ ଖାଇବାକୁ ଯାଇଥିବା ବେଳେ, ତାଙ୍କ ଅନୁପସ୍ଥିତିର ସୁଯୋଗ ନେଇ ନିମ୍ନୋକ୍ତ ଅଭିଯୁକ୍ତ ଜଣକ ଉକ୍ତ ଦୋକାନର ତାଲା ଭାଙ୍ଗି ଭିତରେ ପଶିବା ସହିତ ଟଙ୍କା ଏବଂ ସିସିଟିଭି ମେସିନ ଚୋରିକରି ନେଇଯାଇଥିଲେ । ଅଭିଯୋଗକାରୀ ଜଣକ ଘରୁ ଫେରି ନିମ୍ନୋକ୍ତ ଅଭିଯୁକ୍ତ ଦୋକାନ ଭିତରେ ପଶି ଚୋରୀ କରିଥିବା ନେଇ ସ୍ଥାନୀୟ ବାସିନ୍ଦାଙ୍କ ନିକଟରୁ ଜାଣିବା ପରେ ତାଙ୍କୁ ଅଟକ ରଖିବା ସହିତ ତାଙ୍କୁ ଯାଞ୍ଚ କରି ତାଙ୍କ ପାଖରେ ବହୁପରିମାଣର ଟଙ୍କା ଥିବା ଜାଣିବାକୁ ପାଇଥିଲେ ।
