ନିରପେକ୍ଷ(ଭୁବନେଶ୍ୱର) :ଏକ ବିଶ୍ଵସ୍ତ ସୂତ୍ରରୁ ମିଳିଥିବା ସୂଚନା ଆଧାରରେ ଲକ୍ଷ୍ମୀସାଗର ଥାନାଧିକାରୀଙ୍କ ନିର୍ଦ୍ଧେଶ କ୍ରମେ ସମ୍ପୃକ୍ତ ଥାନାର ଏକ ସ୍ପେଶାଲ ଟିମ ଲକ୍ଷ୍ମୀସାଗର କେନାଲ ରୋଡସ୍ଥିତ ଓସ୍କାର ସିଟି ଗେଟ ନିକଟରେ ଅତର୍କିତ ଚଢଉ କରି ବେଆଇନ ବ୍ରାଉନ ସୁଗାର ବିକ୍ରି ଅଭିଯୋଗରେ ରବି ପାଲ(28)ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ଛାନଭିନ ସମୟରେ ପୁଲିସ ଅଭିଯୁକ୍ତଙ୍କ ନିକଟରୁ ମୋଟ ୧୦ ଗ୍ରାମ ଓଜନର ବ୍ରାଉନ ସୁଗାର ଜବତ କରିଥିଲେ ।
