ନିରପେକ୍ଷ(ଭୁବନେଶ୍ୱର) :ତମାଣ୍ଡୋ ଥାନା ପୁଲିସ ଅଭିଯୋଗକାରୀ ଶ୍ରୀ ରୋହିତ କୁମାର ବେହେରାଙ୍କ ଅଭିଯୋଗ କ୍ରମେ ଉପରୋକ୍ତ ମାମଲା ରୁଜୁକରି ତଦନ୍ତ କରିବା ସହିତ ଦେବାଶିଷ ପଟ୍ଟନାୟକ(41)ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।ସୂଚନାଯୋଗ୍ୟ ଯେ, ଗତକାଲି ସନ୍ଧ୍ୟାରେ ଆହତ ଯୁବକ ଏବଂ ତାଙ୍କ ମା ମୋଟରସାଇକେଲ ଯୋଗେ ମାର୍କେଟରୁ ଘରକୁ ଫେରିବା ବେଳେ ଟାଙ୍ଗୀ ସାହି ଅନ୍ତର୍ଗତ ଦୀନଦୟାଲ ମହାନ୍ତିଙ୍କ ଦୋକାନ ସମୁଖରେ ନିମ୍ନୋକ୍ତ ଅଭିଯୁକ୍ତ ଜଣକ ସେମାନଙ୍କୁ ରାସ୍ତାରେ ଜୋରଜବରଦସ୍ତ ଅଟକାଇବା ସହିତ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ ।
