ନିରପେକ୍ଷ(ଭୁବନେଶ୍ୱର) :କ୍ୟାପିଟାଲ ଥାନା ପୁଲିସ ଅଭିଯୋଗକାରୀ ଶ୍ରୀ କମଳ ଲୋଚନ ପାତ୍ରଙ୍କ ଅଭିଯୋଗ କ୍ରମେ ଉପରୋକ୍ତ ମାମଲାର ତଦନ୍ତ କରିବା ସହିତ ବିଜୁ ନାଏକ(25)ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀଙ୍କ ବାପୁଜୀନଗର ଠାରେ କେପିଏଲ ଇନଫ୍ରାଷ୍ଟ୍ରକଚର ପ୍ରାଇଭେଟ ଲିମିଟେଡ ନାମରେ ଏକ ଅଫିସ ଅଛି । ଗତ ତା.୨୩.୦୩.୨୦୨୪ ରିଖ ଦିନ ଅଭିଯୋଗକାରୀଙ୍କ ଜଣେ ଡ୍ରାଇଭର କ୍ୟାଟ-୪୨୪ ଗାଡିର ଏକ ବ୍ଯାଟେରୀ ଉକ୍ତ ଅଫିସରେ ରଖିଥିଲେ । ସେହିଦିନ ଅପରାହ୍ନରେ ନିମ୍ନୋକ୍ତ ଅଭିଯୁକ୍ତ ଜଣକ ଉକ୍ତ ବ୍ୟାଟେରୀକୁ ସେଠାରୁ ଚୋରିକରି ନେଇଯାଇଥିଲେ ।
