ନିରପେକ୍ଷ(ଭୁବନେଶ୍ୱର): ଏୟାରପୋର୍ଟ ଥାନା ପୁଲିସ ଅଭିଯୋଗକାରୀ ଶ୍ରୀ ରାକେଶ କୁମାର ମୁଦୁଲିଙ୍କ ଅଭିଯୋଗ କ୍ରମେ ଉପରୋକ୍ତ ମାମଲାର ତଦନ୍ତ କରିବା ସହିତ ନାନୁ@ପବିତ୍ର ଦଳେଇ(28)ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।ସୂଚନାଯୋଗ୍ୟ ଯେ, ଗତ ତା.୨୭.୦୩.୨୦୨୪ ରିଖ ଦିନ ଅଭିଯୋଗକାରୀଙ୍କ କାରକୁ ତାଙ୍କ ଡ୍ରାଇଭର ପଳାଶପଲ୍ଲୀ ଅଞ୍ଚଳରେ ଥିବା ମୁକବଧିର ଶିକ୍ଷାନୁଷ୍ଠାନ ସମୁଖରେ ପାର୍କିଂ କରିଥିଲେ । ସେହିଦିନ ରାତିରେ ନିମ୍ନୋକ୍ତ ଅଭିଯୁକ୍ତ ଜଙ୍କ ଉକ୍ତ କାରର କାଚ ଭଙ୍ଗୀ ଭିତରେ ଥିବା ଏକ ମ୍ୟୁଜିକ ସିଷ୍ଟମ ଓ ଜ୍ୟାକ ଚୋରିକରି ନେଇଯାଇଥିଲେ ।
