ନିରପେକ୍ଷ(ଭୁବନେଶ୍ୱର): ଖାରବେଳନଗର ଥାନା ପୁଲିସ ଉପରୋକ୍ତ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଏସକେ ଆଫ୍ରିଦ(20)ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।ସୂଚନାଯୋଗ୍ୟ ଯେ, ଖାରବେଳନଗର ଥାନାର ଥାନାଧିକାରୀଙ୍କ ନିର୍ଦ୍ଦେଶ ମୁତାବକ ସମ୍ପୃକ୍ତ ଥାନାର ଏକ ପେଟ୍ରୋଲିଙ୍ଗ ଟିମ ନିଜ ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିବା ବେଳେ, ନିମ୍ନୋକ୍ତ ଅଭିଯୁକ୍ତ ଜଣକ ୟୁନିଟ-୩ ରେ ଥିବା କେଶରୀ ହୋଟେଲ ସମୁଖରେ ଏକ ଚୋରା ମୋବାଇଲ ଫୋନ ବିକ୍ରି କରିବା ଲାଗି ଗ୍ରାହକ ସନ୍ଧାନରେ ଥିବା ନେଇ ବିଶ୍ଵସ୍ତ ସୂତ୍ରରୁ ସୂଚନା ପାଇଥିଲେ ।
