ନିରପେକ୍ଷ(ଭୁବନେଶ୍ୱର) : ମଞ୍ଚେଶ୍ଵର ଥାନା ପୁଲିସ ଅଭିଯୋଗକାରୀ ଶ୍ରୀ ରତିକାନ୍ତ ଦାଶଙ୍କ ଅଭିଯୋଗ କ୍ରମେ ଉପରୋକ୍ତ ମାମଲା ରୁଜୁ କରି ତଦନ୍ତ କରିବା ସହିତ ଆଲୋକ ନାଥ(26) ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ଜଣକ ମଞ୍ଚେଶ୍ଵର ଥାନା ଅନ୍ତର୍ଗତ ଧୀରୀକୁଟି ସାହିରେ ରୁହନ୍ତି । ଗତ ତା.୨୬.୦୩.୨୦୨୪ ରିଖ ସନ୍ଧ୍ୟାରେ ଅଭିଯୋଗକାରୀ ଜଣକ ନିଜ ମୋଟରସାଇକେଲକୁ ନିଜ ଘର ସମୁଖରେ ପାର୍କିଂ କରିଥିଲେ। ପାଖରେ କେହି ନଥିବାର ସୁଯୋଗ ନେଇ ନିମ୍ନୋକ୍ତ ଅଭିଯୁକ୍ତ ଜଣକ ଅଭିଯୋଗକାରୀଙ୍କ ମୋଟରସାଇକେଲକୁ ସେଠାରୁ ଚୋରିକରି ନେଇଯାଇଥିଲେ ।
