ନିରପେକ୍ଷ(ଭୁବନେଶ୍ୱର): ଚନ୍ଦକା ଥାନା ପୁଲିସ ବେଆଇନ ଦେଶୀମଦ ବିକ୍ରୟ ଅଭିଯୋଗରେପ୍ରକାଶ କୁମାର ବେହେରା( 35),ହୃଷିକେଶ ବେହେରା(40) ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।ସୂଚନାଯୋଗ୍ୟ ଯେ, ଚନ୍ଦକା ଥାନାଧିକାରୀଙ୍କ ନିର୍ଦ୍ଦେଶ ମୁତାବକ ସମ୍ପୃକ୍ତ ଥାନାର ଏକ ସ୍ପେଶାଲ ଟିମ ନିଜ ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିବା ବେଳେ, ନିମ୍ନୋକ୍ତ ଦୁଇ ଅଭିଯୁକ୍ତ କାଟେଣି ଛକ ଠାରେ ଥିବା ଏକ ଗଛ ପାଖରେ ବେଆଇନ ଦେଶୀମଦ ବିକ୍ରି କରୁଥିବା ନେଇ ବିଶ୍ଵସ୍ତ ସୂତ୍ରରୁ ସୂଚନା ପାଇଥିଲେ ।
