ନିରପେକ୍ଷ(ଭୁବନେଶ୍ୱର): ଲକ୍ଷ୍ମୀସାଗର ଥାନା ପୁଲିସ ଅଭିଯୋଗକାରୀ ଶ୍ରୀ ସୁମନ କୁମାର ସାହୁଙ୍କ ଅଭିଯୋଗ କ୍ରମେ ଉପରୋକ୍ତ ମାମଲା ରୁଜୁ କରି ତଦନ୍ତ କରିବା ସହିତ ସୁତାନଶୁ ମହାନ୍ତି(27) ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ଜଣକ ଚିନ୍ତାମଣିଶ୍ଵର, ଲ୍ଏନ-୩ ଅନ୍ତର୍ଗତ ପ୍ଲାଟ ନମ୍ବର-୨୦୨୭ ରେ ରୁହନ୍ତି । ନିମ୍ନୋକ୍ତ ଅଭିଯୁକ୍ତ ଜଣକ ଷ୍ଟେସନ ବଜାର ଅଞ୍ଚଳରେ ଥିବା ସାଇମନ୍ଦିର ନାମରେ ନିୟମିତ ଭାବେ ଚାନ୍ଦା ଆଦାୟ କରିଥାନ୍ତି । ଗତ ତା.୨୪.୦୩.୨୦୨୪ ରିଖ ସନ୍ଧ୍ୟାରେ ଅଭିଯୁକ୍ତ ଜଣକ ଚିନ୍ତାମଣିଶ୍ଵର ଅଞ୍ଚଳରେ ଥିବା ନିଗମ ହାଟସ ଅପାର୍ଟମେଣ୍ଟରୁ ଚାନ୍ଦା ଆଦାୟ କରୁଥିବା ବେଳେ ସ୍ଥାନୀୟ ଲୋକ ପିସିଆରକୁ ସୂଚନା ଦେଇଥିଲେ ।
