ନିରପେକ୍ଷ(ଭୁବନେଶ୍ୱର): ଶ୍ରୀ ଲିଙ୍ଗରାଜ ଥାନା ପୁଲିସ ଅଭିଯୋଗକାରୀ ଶ୍ରୀ ମାଧବ ଚନ୍ଦ୍ର ମହାପାତ୍ରଙ୍କ ଅଭିଯୋଗ କ୍ରମେ ଉପରୋକ୍ତ ମାମଲା ରୁଜୁ କରି ତଦନ୍ତ କରିବା ସହିତ ବିଶ୍ୱରଞ୍ଜନ ବିଶ୍ୱାଳ@ଗୁଲୁ(25) ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ଜଣକ କେଉଟ ସାହି ଛକ ଠାରେ ଥିବ ପ୍ଲଟ ନମ୍ବର-୧୫୪୦/୪୧୩୧ ରେ ରୁହନ୍ତି। ଘଟଣା ଦିନ ଅଭିଯୋଗକାରୀ ଜଣକ ଘର ସମୁଖରେ ପଡିଥିବା ଶଖିଲା ପତ୍ର ସବୁକୁ ଓଳାଉ ଥିବା ବେଳେ ଅଭିଯୁକ୍ତଙ୍କ ମା ସେଠାରେ ପହଞ୍ଚି ତାଙ୍କ ସହିତ ଯୁକ୍ତତର୍କ କରିଥିଲେ ।
