ନିରପେକ୍ଷ(ଭୁବନେଶ୍ୱର) : ବିଶେଷ ସୂତ୍ରରୁ ହସ୍ତଗତ ହୋଇଥିବା ସୂଚନା ଆଧାରରେ ଖଣ୍ଡଗିରି ଥାନାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଥାନାର ପାଟ୍ରୋଲିଂ ଟୀମ ଗତ କାଲି ବରମୁଣ୍ଡା ସ୍ଥିତ ରମାମଣି ପେଟ୍ରୋଲ ପମ୍ପ ନିକଟରେ ଅତର୍କିତ ଚଢଉ କରି ବୋନଗା ଇରାନା ରାଓ(67) ଅଭିଯୁକ୍ତକଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ଅଭିଯୁକ୍ତଙ୍କ ତଲାସି ବେଳେ ପୁଲିସ ତାଙ୍କହେପାଜତରୁ ମୋଟ ୧.୫ କେଜିର ଗଞ୍ଜେଇଓ ୧୪୦୦/- ଟଙ୍କା ଜବତ କରିଥିଲେ । ତଦନ୍ତ ସମୟରେ ଅଭିଯୁକ୍ତ ନିଜର ଅପରାଧ ସ୍ଵୀକାର କରିବା ସହ ଉକ୍ତ ଗଞ୍ଜେଇକୁ କନ୍ଧମାଳ ଅଞ୍ଚଳରୁ ସଂଗ୍ରହ କରି ଘଟଣା ସ୍ଥଳରେ ବିକ୍ରୟ ନିମନ୍ତେ ଗ୍ରାହକ ଅପେକ୍ଷାରେ ଉପସ୍ଥିତ ଥିବା ନେଇ ଦର୍ଶାଇଥିଲେ ।
