ନିରପେକ୍ଷ(ଭୁବନେଶ୍ବର) : ପୁଣି ବର୍ଷକ ଥରେ ଆସିଛି ରଙ୍ଗର ପର୍ବ ହୋଲି । ଆଧ୍ୟାତ୍ମିକତା ରେ ଭରା ଭାରତ ବର୍ଷରେ ସମସ୍ତ ସମ୍ପ୍ରଦାୟ ଲୋକେ ହୋଲିକୁ ଆନନ୍ଦ ଉଲ୍ଲାସ ଏବଂ ଭାତୃତ୍ବର ଗଣ ଉତ୍ସବ ଭାବେ ପାଳନ କରିଥାନ୍ତି ।ପୁର ରୁ ପଲ୍ଲୀ ଆଉ ଗାଁଠୁ ସହର ସବୁଠି ପରସ୍ପରକୁ ରଙ୍ଗ ଲଗାଇ ହୋଲିର ଶୁଭେଚ୍ଛା ଜଣାଉଛନ୍ତି ଲୋକେ ।

ସବୁଠି ପରିଲକ୍ଷିତ ହେଉଛି ରଙ୍ଗର ମାହୋଲ । ସ୍ନେହ ଓ ପ୍ରେମର ରଙ୍ଗ ଲଗାଇ ସମ୍ପର୍କର ସୁତାକୁ ମଜବୁତ କରୁଛନ୍ତି ସମସ୍ତେ । ମିଠା ଦେଇ ମନ ଜିଣୁଛନ୍ତି ସାଙ୍ଗ, ସାଥୀ, ଭାଇ ଓ ଭଉଣୀ । ହୋଲି ରଙ୍ଗରେ ରଙ୍ଗେଇ ହୋଇଛି ସାରା ଦେଶ । ରଙ୍ଗର ଏହି ପର୍ବକୁ ଦେଶର ବିଭିନ୍ନ ସ୍ଥାନରେ ଖୁବ ଧୁମଧାମରେ ପାଳନ କରାଯାଇଛି ।

ତେବେ ଅନ୍ୟପଟେ ଦେଖିବାକୁ ଗଲେ ହୋଲି ପାଇଁ ସଜାଗ ହୋଇଛି କମିଶନରେଟ୍ ପୋଲିସ । ସବୁଠି ସୁରକ୍ଷା ବ୍ଯବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି । ସହରର ୩୧ଟି ସ୍ଥାନରେ ଅମାନିଆଙ୍କୁ ଜଗିବ ପୋଲିସ । ପିସିଆର ସହ ୧୭ଟି ମୋବାଇଲ ଭେଇକିଲରେ ବୁଲିବେ ସ୍ବତନ୍ତ୍ର ଟିମ୍ । ଅମାନିଆଙ୍କ ଉପରେ ସିସିଟିଭି ସହାଯ୍ୟରେ ନଜର ରଖାଯିବ । ଏହା ସହିତ ଷ୍ଟାଇକିଂ ଫୋର୍ସ ମୁତୟନ ହେବେ । ୪ଟି ଗାଧୁଆ ତୁଠରେ ପୋଲିସ ବି ପହରା ମାରିବ । ବିଶେଷକରି କେମିକାଲ ରଙ୍ଗ ବିକ୍ରି ଉପରେ ନଜର ରଖିବ ସ୍ୱତନ୍ତ୍ର ଟିମ ।
