ନିରପେକ୍ଷ(ଭୁବନେଶ୍ୱର): ଖାରବେଳନଗର ଥାନା ପୁଲିସ ଉପରୋକ୍ତ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ସ୍ୱୟଂଶୁ ସତ୍ୟଜିତ ସାହୁ(20) ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ଗତ ତା.୨୪.୦୮.୨୦୨୩ ରିଖ ରାତିରେ ଅଭିଯୋଗକାରୀ ନିଜ ଟିମ ସହିତ ରାଜକୁମାର ବସ୍ତିରୁ ଏକ୍ସାଇଜ ରେଡ ସାରି ଫେରିବା ବେଳେ ବ୍ଳାଇଣ୍ଡ ଆସୋସିଏସନ ନିକଟରେ ନିମ୍ନୋକ୍ତ ଅଭିଯୁକ୍ତ ଏବଂ ଜଣେ ଝିଅ ଏକ ସ୍କୁଟି ଚଳାଇ ରଙ୍ଗ ରୁଟରେ ଯାଉଥିବା ବେଳେ ତାଙ୍କୁ ଅଟକାଇ ସେପରି ରଙ୍ଗ ରୁଟ ଡ୍ରାଇଭ ନ କରିବା ଲାଗି କହିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ନିମ୍ନୋକ୍ତ ଅଭିଯୁକ୍ତ ଜଣକ ଅଭିଯୋଗକାରୀଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ ।
