ନିରପେକ୍ଷ(ଭୁବନେଶ୍ୱର): ଧଉଳି ଥାନା ପୁଲିସ ବେଆଇନ ମଦ ଚାଲାଣ ଓ ବିକ୍ରୟ ଅଭିଯୋଗରେ ପ୍ରମୋଦ କୁମାର ସାହୁ(49) ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ଧଉଳି ଥାନାଧିକାରୀଙ୍କ ନିର୍ଦ୍ଧେଶ କ୍ରମେ ସମ୍ପୃକ୍ତ ଥାନାର ଏକ ପାଟ୍ରୋଲିଂ ଟୀମ ନିଜ ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ବେଳେ, ନିମ୍ନୋକ୍ତ ଅଭିଯୁକ୍ତ ଜଣକ ଏକ ଦୁଇଚକିଆ ଯାନ ଜରିଆରେ କିଛି ଦେଶୀ ଓ ବିଦେଶୀ ମଦ ବିକ୍ରୟ ଉଦ୍ଦେଶ୍ୟରେ ଚାଲାଣ କରୁଥିବା ନେଇ ବିଶ୍ଵସ୍ତ ସୂତ୍ରରୁ ସୂଚନା ହସ୍ତଗତ ହୋଇଥିଲା ।
