ନିରପେକ୍ଷ(ଭୁବନେଶ୍ୱର): ମୈତ୍ରୀବିହାର ଥାନା ପୁଲିସ ଉପରୋକ୍ତ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ କେଶବ ଜେନା(35),ଚିଣ୍ଟୁ ସ୍ଵାଇଁ(32), ଚିକୁ ସ୍ଵାଇଁ(32),ରତ୍ନାକର ସାହୁ@ଗୁନୁ (19),ଜିତେନ୍ଦ୍ର ସାହୁ@ଜିତୁ(29) ପାଞ୍ଚଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ମୈତ୍ରୀବିହାର ଥାନାଧିକାରୀଙ୍କ ନିର୍ଦ୍ଧେଶ କ୍ରମେ ସମ୍ପୃକ୍ତ ଥାନାର ଏକ ସ୍ପେଶାଲ ଟୀମ ନିଜ ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ବେଳେ ବିଶ୍ଵସ୍ତ ସୂତ୍ରରୁ ହସ୍ତଗତ ହୋଇଥିବା ସୂଚନାକୁ ଆଧାର କରି ହାତିଆଶୁଣି ପାଣି ଟାଙ୍କି ପଛ ପାଖରେ ଥିବା ଅନ୍ଧାରିଆ ସ୍ଥାନରେ ଅତର୍କିତ ଚଢଉ କରି, ହାତିଆଶୁଣି ଅଞ୍ଚଳରେ ଥିବା ଦୁଇଶହ ଫୁଟିଆ ରାସ୍ତାରେ ଯିବାଆସିବା କରୁଥିବା ପଥଚାରୀଙ୍କ ନିକଟରୁ ସଶସ୍ତ୍ର ଡକାୟତି ନିମନ୍ତେ ଯୋଜନ କରୁଥିବା ନିମ୍ନୋକ୍ତ ପାଞ୍ଚଜଣ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ ।
