ନିରପେକ୍ଷ(ଭୁବନେଶ୍ୱର): କ୍ୟାପିଟାଲ ଥାନା ପୁଲିସ ବେଆଇନ ମଦ ବିକ୍ରୟ କରିବା ଅଭିଯୋଗରେ ବାଉରୀ ବନ୍ଧୁ ମୁଦୁଲି(53),କୀର୍ତି ପ୍ରଧାନ(52) ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ବିଶ୍ଵସ୍ତ ସୂତ୍ରରୁ ହସ୍ତଗତ ହୋଇଥିବା ସୂଚନା ଆଧାରରେ କ୍ୟାପିଟାଲ ଥାନାଧିକାରୀଙ୍କ ନିର୍ଦ୍ଧେଶ କ୍ରମେ ସମ୍ପୃକ୍ତ ଥାନାର ଏକ ପାଟ୍ରୋଲିଂ ଟୀମ ଥାନା ଅନ୍ତର୍ଗତ ୟୁନିଟ-୧ ମାର୍କେଟରେ, ଅତର୍କିତ ଚଢଉ କରିବା ସହ ବେଆଇନ ବିଦେଶୀ ମଦ ବିକ୍ରୟ କରୁଥିବା ସମୟରେ ନିମ୍ନୋକ୍ତ ଦୁଇ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ ।
