ନିରପେକ୍ଷ(ଭୁବନେଶ୍ୱର): ଇନ୍ଫୋସିଟି ଥାନା ପୁଲିସ ବେଆଇନ ମଦ ବିକ୍ରୟ କରିବା ଅଭିଯୋଗରେ ଜୟଦେବ ଗିରି(43)ଅଭିଯୁକ୍ତଙ୍କୁଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ବିଶ୍ଵସ୍ତ ସୂତ୍ରରୁ ହସ୍ତଗତ ହୋଇଥିବା ସୂଚନା ଆଧାରରେ ଇନ୍ଫୋସିଟି ଥାନାଧିକାରୀଙ୍କ ନିର୍ଦ୍ଧେଶ କ୍ରମେ ସମ୍ପୃକ୍ତ ଥାନାର ଏକ ପାଟ୍ରୋଲିଂ ଟୀମ ଥାନା ଅନ୍ତର୍ଗତ ଚୁନୁକୋଳି ବସ୍ତି ରାସ୍ତା କଡ଼ ଘରେ, ଅତର୍କିତ ଚଢଉ କରିବା ସହ ବେଆଇନ ବିଦେଶୀ ମଦ ବିକ୍ରୟ କରୁଥିବା ସମୟରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ ।
