ନିରପେକ୍ଷ(ଭୁବନେଶ୍ୱର) : ଶହୀଦନଗର ଥାନା ପୁଲିସ ବେଆଇନ ମଦ ବିକ୍ରୟ କରିବା ଅଭିଯୋଗରେ ଦୁଲା ବିନ୍ଧାଣି(25) ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ବିଶ୍ଵସ୍ତ ସୂତ୍ରରୁ ହସ୍ତଗତ ହୋଇଥିବା ସୂଚନା ଆଧାରରେ ଶହୀଦନଗର ଥାନାଧିକାରୀଙ୍କ ନିର୍ଦ୍ଧେଶ କ୍ରମେ ସମ୍ପୃକ୍ତ ଥାନାର ଏକ ପାଟ୍ରୋଲିଂ ଟୀମ ସନ୍ଧ୍ୟା ସମୟରେ ଭିଏସସ୍ ନଗରର ପଥରବନ୍ଧ ବସ୍ତିରେ ଅତର୍କିତ ଚଢଉ କରିବା ସହ ବେଆଇନ ଦେଶୀମଦ ବିକ୍ରୟ କରୁଥିବା ସମୟରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ ।
![](https://www.nirapekshya.com/wp-content/uploads/2024/03/WhatsApp-Image-2024-03-24-at-5.34.03-PM.jpeg)