ନିରପେକ୍ଷ(ଭୁବନେଶ୍ୱର) : ଏୟାରପୋର୍ଟ ଥାନା ପୁଲିସ ବେଆଇନ ମଦ ବିକ୍ରୟ ଅଭିଯୋଗରେ ନିମ୍ନୋକ୍ତ ଯୋଗୀ ଦୋରା(45) ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ଏୟାରପୋର୍ଟ ଥାନାଧିକାରୀଙ୍କ ନିର୍ଦ୍ଧେଶ କ୍ରମେ ସମ୍ପୃକ୍ତ ଥାନାର ଏକ ପାଟ୍ରୋଲିଂ ଟିମ ନିଜ ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ବେଳେ ବିଶ୍ଵସ୍ତ ସୂତ୍ରରୁ ହସ୍ତଗତ ହୋଇଥିବା ସୂଚନା ଆଧାରରେ କାର୍ଗିଲ ବସ୍ତି ଅନ୍ତର୍ଗତ ମଦନମୋହନ ସାହିରେ ଥିବା ଅଭିଯୁକ୍ତଙ୍କ ଘର ନିକଟରେ ଅତର୍କିତ ଚଢଉ କରିବା ସହ ବେଆଇନ ଦେଶୀମଦ ବିକ୍ରୟ ସମୟରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ ।
