ନିରପେକ୍ଷ(ଭୁବନେଶ୍ୱର) : ବାଲିଅନ୍ତା ଥାନା ପୁଲିସ ବେଆଇନ ମଦ ବିକ୍ରୟ ଅଭିଯୋଗରେ ନୃସିଂହ ଚରଣ ସାହୁ(48) ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ବିଶ୍ଵସ୍ତ ସୂତ୍ରରୁ ହସ୍ତଗତ ହୋଇଥିବା ସୂଚନା ଆଧାରରେ ବାଲିଅନ୍ତା ଥାନାଧିକାରୀଙ୍କ ନିର୍ଦ୍ଧେଶ କ୍ରମେ ସମ୍ପୃକ୍ତ ଥାନାର ଏକ ପାଟ୍ରୋଲିଂ ଟିମ ଚାରିମାଣିଆ ଛକ ନିକଟରେ ଥିବା ଝାଡେଶ୍ଵରୀ ମନ୍ଦିର ପଛ ପାଖରେ ଅତର୍କିତ ଚଢଉ କରିବା ସହ ବେଆଇନ ଦେଶୀ ଓ ବିଦେଶୀମଦ ବିକ୍ରୟ କରୁଥିବା ସମୟରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ ।
