ନିରପେକ୍ଷ(ଭୁବନେଶ୍ୱର) : ସହିଦନଗର ଥାନା ପୁଲିସ ଅଭିଯୋଗକାରୀ ଶ୍ରୀ ସଚିନନ୍ଦନ ନାୟକଙ୍କ ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହ ସନ୍ଦୀପ ଭାରତୀ(26) ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ଗତ ତା.୨୨.୦୩.୨୦୨୪ ରିଖ ରାତିରେ ନିମ୍ନୋକ୍ତ ଅଭିଯୁକ୍ତ ଏବଂ ତାଙ୍କର ଜଣେ ସହଯୋଗୀ ସହିଦନଗର ଦୁର୍ଗାପୂଜା ପେଣ୍ଡାଲ ନିକଟରେ ରଖାଯାଇଥିବା କିଛି ଲୁହା ସେଣ୍ଟ୍ରିଙ୍ଗ ଜ୍ୟାକ ପାଇପ ଗୁଡିକୁ ଏକ ଅଟୋରେ ଲଦି ଚୋରିକରୀ ନେଇଯିବା ଲାଗି ଉଦ୍ୟତ ହେଉଥିବା ବେଳେ ସ୍ଥାନୀୟ କିଛି ଲୋକ ଏବଂ ଦୁର୍ଗାପୂଜା କମିଟିର କିଛି ସଦସ୍ୟ ଏହା ଦେଖିପାରି ଚୋରୀ ସନ୍ଦେହରେ ସମ୍ପୃକ୍ତ ଅଟୋକୁ କିଛି ଦୂରରେ ଅଟକାଇଥିଲେ । ଅଟୋ ରହିବା କ୍ଷଣି ଜଣେ ଯୁବକ ଘଟଣା ସ୍ଥଳରୁ ଦୌଡି ପଳାଇଯିବାରେ ସକ୍ଷମ ହୋଇଥିବା ବେଳେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ସ୍ଥାନୀୟ ଲୋକ କାବୁ କରି ତାଙ୍କୁ ଥାନା ଜିମା ଦେଇଥିଲେ ।
