Home Breaking News ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଲୁହାଛଡ ରେ ମରଣାନ୍ତକ ଆକ୍ରମଣ

ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଲୁହାଛଡ ରେ ମରଣାନ୍ତକ ଆକ୍ରମଣ

by Admin
0 comment

ନିରପେକ୍ଷ(ଭୁବନେଶ୍ୱର): ଖାରବେଳନଗର ଥାନା ପୁଲିସ ଅଭିଯୋଗକାରୀ ଶ୍ରୀ ରଶ୍ମୀରଞ୍ଜନ ସାହୁଙ୍କ ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହପ୍ରଦୀପ ଦିଗଲ(19),ଶୁଭମ ନାୟକ(19) ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ଗତ ତା.୨୦.୦୩.୨୦୨୪ ରିଖ ଦିନ ରାତିରେ ଅଭିଯୋଗକାରୀ ଏବଂ ତାଙ୍କର ଅନ୍ୟ ବନ୍ଧୁ ମାନେ ୟୁନିଟ-୪ ଅନ୍ତର୍ଗତ ବିବେକାନନ୍ଦ ହାଇସ୍କୁଲ ପଡିଆରେ ବସିଥିବା ବେଳେ ନିମ୍ନୋକ୍ତ ଦୁଇ ଅଭିଯୁକ୍ତ ଏବଂ ତାଙ୍କର ସହଯୋଗୀ ମାନେ ଉକ୍ତ ପଡିଆ ପାଖ ଦେଇ ଯାଇଥିବା ରାସ୍ତାରେ ବାରମ୍ବାର ଯିବାଆସିବା କରିଥିଲେ । ଏହା ଦେଖି ଅଭିଯୋଗକାରୀ ଏବଂ ତାଙ୍କ ବନ୍ଧୁ ମାନେ ସେମାନଙ୍କୁ ଅଟକାଇ ବାରମ୍ବାର ଯିବାଆସିବା କାହିଁକି କରୁଛନ୍ତି ବୋଲି ସେମାନଙ୍କୁ ପ୍ରଶ୍ନ କରିଥିଲେ ।

ଏହାକୁ କେନ୍ଦ୍ରକରି ସେଠାରେ ଉଭୟ ଦଳ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ଏବଂ ପରେ ଅଭିଯୁକ୍ତ ମାନେ ହଠାତ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ଆରମ୍ଭ କରିଦେଇଥିଲେ । ଅଭିଯୋଗକାରୀ ସେମାନଙ୍କ କାର୍ଯ୍ୟକଳାପକୁ ବିରୋଧ କରିବାରୁ ଅଭିଯୁକ୍ତ ମାନେ ପାଖରେ ଥିବା ଏକ ଛୋଟ ଲୁହାଛଡ ସାହାଯ୍ଯରେ ଅଭିଯୋଗକାରୀ ଏବଂ ତାଙ୍କର ଜଣେ ବନ୍ଧୁଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ଏବଂ ଜୀବନରୁ ମାରିଦେବାର ଧମକ ମଧ୍ୟ ଦେଇଥିଲେ ।

ଏହି ଆକ୍ରମଣ ଯୋଗୁଁ ଉଭୟ ଗୁରୁତର ଆହତ ହୋଇଥିବା ବେଳେ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଥିଲେ । ଘଟଣାର ଅଭିଯୋଗ ପରେ, ପୁଲିସ ମାମଲା ରୁଜୁକରି ତଦନ୍ତ କରିବା ସହ ବିଶ୍ଵସ୍ତ ସୂତ୍ରରୁ ଚଢଉ ଜରିଆରେ ନିମ୍ନୋକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲେ । ପଚରାଉଚରା ବେଳେ ଉଭୟ ଅଭିଯୁକ୍ତ ନିଜ ଦୋଷ ସ୍ଵୀକାର କରିଥିଲେ । ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc