ନିରପେକ୍ଷ(ଭୁବନେଶ୍ୱର): ଜଟଣୀ ଥାନା ପୁଲିସ ଅଭିଯୋଗକାରୀ ଶ୍ରୀ ଜ୍ୟୋତିରଞ୍ଜନ ଦାସଙ୍କ ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହ ଦିପୁ ବରାଳ @ଧଂଡୁ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ଗତ ତା.୨୧.୦୩.୨୦୨୪ ରିଖ ଦିନ ହାଇଦ୍ରାବାଦରୁ ଏକ ଟ୍ରକ ମେଡ଼ିସିନ ନେଇ ଭୁବନେଶ୍ବର ଗୋଦାମକୁ ଆସୁଥିବା ବେଳେ ଜଟଣୀ ଅନ୍ତର୍ଗତ ସେଞ୍ଚୁରିଆନ କଲେଜ ନିକଟରେ ନିମ୍ନୋକ୍ତ ଜେନ ଅଭିଯୁକ୍ତ ଏବଂ ତାଙ୍କର ଜଣେ ସହଯୋଗୀ ଏକ ମୋଟରସାଇକେଲରେ ଆସି ଟ୍ରକକୁ ରାସ୍ତାରେ ଜୋରଜବରଦସ୍ତ ଅଟକାଇବା ସହିତ ଡ୍ରାଇଭରଙ୍କୁ ୧୦୦୦୦ଟଙ୍କା ଡିମାଣ୍ଡ କରିଥିଲେ ।
