ନିରପେକ୍ଷ(ବ୍ୟୁରୋ) : ଆଜି ଅନ୍ଧାର ହୋଇଯିବ ସାରା ଦୁନିଆ । । ୨୩ ମାର୍ଚ୍ଚ ୨୦୨୪ ଅର୍ଥାତ୍ ଆଜି ରାତି ୮:୩୦ରୁ ୯:୩୦ ମଧ୍ୟରେ ଆର୍ଥ ଆଓ୍ବାର ପାଳନ କରାଯିବ। ଏହା ଏକ ବିଶ୍ୱସ୍ତରୀୟ ଅଭିଯାନ। ଏଥିରେ ଲୋକମାନେ ଏକ ଘଣ୍ଟା ପାଇଁ ଲାଇଟ୍ ବନ୍ଦ କରି ଶକ୍ତି ସଞ୍ଚୟ କରିବାକୁ ପ୍ରତିଶ୍ରୁତି ନିଅନ୍ତି। ଏହି ଦିବସକୁ ଆଜି ସାରା ବିଶ୍ୱ ପାଳିବ । ବିଜୁଳି ଶକ୍ତି ଅପଚୟ ରୋକିବା, ପରିବେଶ ସୁରକ୍ଷା ବାର୍ତ୍ତା ଦେବ ସାରା ବିଶ୍ୱ ।

ପ୍ରତିବର୍ଷ ଏହି ସମୟରେ ସାରା ବିଶ୍ବରେ ଏହାକୁ ପାଳନ କରାଯାଇଥାଏ । ବିଶ୍ବ ବନ୍ୟଜନ୍ତୁ ପାଣ୍ଠି ବା WWF ପକ୍ଷରୁ ଏହା ପାଳିତ ହୋଇଥାଏ । ଏହି ସମୟ ମଧ୍ୟରେ ଲାଇଟ ଓ ବୈଦ୍ୟୁତିକ ଯନ୍ତ୍ରାଦିକୁ ସୁଇଚ ଅଫ କରିବା ଲାଗି ଆହ୍ବାନ ଦିଆଯାଇଥାଏ । ବିଶ୍ବର ପ୍ରାୟ 190 ଟି ରାଷ୍ଟ୍ରରେ ଆଜି ଏହି ଦିବସ ପାଳନ ହେବ । ଗତବର୍ଷ ଦେଶର 150 ଟି ସ୍ଥାନ, କୀର୍ତ୍ତିରାଜି, ସରକାରୀ କୋଠା, ଶିକ୍ଷା ପ୍ରତିଷ୍ଠାନ, କର୍ପୋରେଟ ଅଫିସରେ ଆର୍ଥ ଆଓ୍ବାର ପାଳିତ ହୋଇଥିଲା । ଡବ୍ଲୁ ଡବ୍ଲୁ ଏଫ-ଇଣ୍ଡିଆ ପକ୍ଷରୁ ଗତବର୍ଷ 12ଟି ସାଇକ୍ଲୋଥନ ଦେଶବ୍ୟାପୀ ଅନୁଷ୍ଠିତ ହୋଇଥିବାବେଳେ 2ହଜାର ସ୍ବେଚ୍ଛାସେବୀ ସାମିଲ ହୋଇଥିଲେ ।
