ନିରପେକ୍ଷ(ଭୁବନେଶ୍ୱର): କ୍ୟାପିଟାଲ ଥାନା ପୁଲିସ ପୀଡ଼ିତାଙ୍କ ଏତଲା ଆଧାରରେ ତଦନ୍ତ କରିବା ସହ ସୁକାନ୍ତ କୁମାର ନାୟକ(42) ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ପୀଡ଼ିତା ସିଭିଲ ପରୀକ୍ଷା ପାଇଁ ଭୁବନେଶ୍ବରରେ ରହି ପ୍ରସ୍ତୁତି କରିଆସୁଥିଲେ । ନିମ୍ନୋକ୍ତ ଅଭିଯୁକ୍ତ ଚାକିରି ଯୋଗାଇଦେବାର ନିଶ୍ଚିତ ପ୍ରତିସୂତି ଦେଇ ଗତ ବର୍ଷେ ପୂର୍ବରୁ ପୀଡ଼ିତାଙ୍କ ଯୋଗାଯୋଗରେ ଆସିଥିଲେ । ଏହା ପରେ ଅଭିଯୁକ୍ତ ଜଣକ ପୀଡ଼ିତାଙ୍କର ନିକତତ୍ତର ହୋଇଥିଲେ ଏବଂ ଉଭୟଙ୍କ ମଧ୍ୟରେ ସମ୍ପର୍କ ଗଢିଉଠିଥିଲା ।
