ନିରପେକ୍ଷ(ବ୍ୟୁରୋ): ଭୁବନେଶ୍ୱର ସ୍ଥିତ, ପ୍ରଥମ ଶ୍ରେଣୀ ବିଚାରପତି (୫) ଶ୍ରୀଯୁକ୍ତ ସବ୍ୟସାଚୀ ପଣ୍ଡା ଙ୍କଦ୍ୱାରା ଆସାମୀ ବିଶ୍ବଜିତ ବେହେରା ଓରଫ ବାପି କୁ ଚୋରୀ ମାମଲା ରେ ଦଣ୍ଡାଦେଷ ପ୍ରକାଶ କରିଛନ୍ତି ।
ଘଟଣାର ଅନ୍ତରାଳେ:ଅଭିଯୋଗକାରୀ ଅଜୟ କୁମାର ସାହୁଙ୍କର ଖଡଗିରି ଧର୍ମବିହାର ପ୍ଲଟ ନଂ- ଏଚଆଇଜି-୪୪ରେ ଏକ ଅଫିସ ଅଛି, ଯେଉଁଠାରେ ସେ ଏକ ପ୍ରୋଜେକ୍ଟ କାମ କରନ୍ତି । ଗତ ଟା ୨୪.୦୩.୨୦୨୩ ରିଖ ସକାଳ ୧୦ଟା ସମୟରେ ଉକ୍ତ ଅଫିସରେ କାର୍ଯ୍ୟ କରୁଥିବା ପିଅନଙ୍କ ଠାରୁ ସେଠାରେ କିଛି ଚୋରୀ ହୋଇଥିବା ଜାଣିବାକୁ ପାଇଥିଲେ। ସେ ତୁରନ୍ତ ତାଙ୍କର ଅଫିସ କୁ ଆସିଥିଲେ ଏବଂ ସେଠାରେ କିଛି ବାଥରୁମ ଟ୍ୟାପ ଚୋରୀ ହୋଇଥିବାର ଦେଖିଥିଲେ । ଏନେଇ ସେ ଖଣ୍ଡଗିରୀ ଥାନାରେ ଲିଖିତ ଅଭଯୋଗ କରିଥିଲେ ।
