ନିରପେକ୍ଷ(ବ୍ୟୁରୋ): ଭୁବନେଶ୍ୱର ସ୍ଥିତ, ପ୍ରଥମ ଶ୍ରେଣୀ ବିଚାରପତି (୨) ଶ୍ରୀଯୁକ୍ତ ଗିରିଶ ଚନ୍ଦ୍ର ମୁଦୁଲିଙ୍କ ଦ୍ୱାରା ଆସାମୀ ସୁନିଲ କୁମାର ମଲ୍ଲ ଓ ପ୍ରଶାନ୍ତ କୁମାର ଭୋଇକୁ ମୋଟରସାଇକେଲ ଚୋରୀ ମାମଲା ରେ ଦଣ୍ଡାଦେଷ ପ୍ରକାଶ କରିଛନ୍ତି ।
ଘଟଣାର ଅନ୍ତରାଳେ:ଗତ ତା ୨୨.୧୧.୨୦୨୩ ରିଖରେ ଅଭିଯୋଗକାରୀ ତାଙ୍କର ରୟାଲ୍ ଏନଫୀଲ୍ଡ ମୋଟରସାଇକେଲଟିକୁ ଘର ପାର୍କିଂରେ ରଖିଥିବା ବେଳେ ଘଟଣାଦିନ ବିଳମ୍ବିତ ରାତିରେ ଅଭିଯୁକ୍ତ ସୁନିଲ କୁମାର ମଲ୍ଲ ଓ ପ୍ରଶାନ୍ତ କୁମାର ଭୋଇ ମିଳିତ ଭାବରେ ଉକ୍ତ ମୋଟରସାଇକେଲଟିକୁ ଚୋରୀ କରି ନେଇଯାଇଥିଲେ। ଏନେଇ ଅଭିଯୋଗକାରୀ ଇନ୍ଫୋସିଟି ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଅଭିଯୋଗକାରୀଙ୍କର ଏତାଲା ଆଧାରରେ ଇନ୍ଫୋସିଟି ଥାନା କେସ ନଂ-୩୮୭/୨୦୨୩, ଦଫା- ୩୭୯/୩୪ରେ ଏକ ମାମଲା ରୁଜୁ କରାଯାଇଥିବ ବେଳେ ଥାନାର କାର୍ଯ୍ୟରତ ଏସଆଇ ଶ୍ରୀ ଚନ୍ଦନ କୁମାର ଗିରିଙ୍କୁ ଏହାର ତଦନ୍ତ ଭାର ଦିଆଯାଇଥିଲା । ଶ୍ରୀ ଗିରି ଏହି ମାମଲାର ସଠିକ ତଦନ୍ତ କରିବା ସହିତ ଅଭିଯୁକ୍ତ ସୁନିଲ କୁମାର ମଲ୍ଲ ଓ ପ୍ରଶାନ୍ତ କୁମାର ଭୋଇକୁ ଗିରଫ କରି ତାଙ୍କ ନିକଟରୁ ଚୋରୀ ମୋଟରସାଇକେଲ ଜବତ କରିବା ସହିତ ଅଭିଯୋଗକାରୀଙ୍କୁ ଜିମା ଦେଇଥିଲେ।
ଏହି ମାମଲା ରେ ମାନ୍ୟବର ଅଦାଲତ ୮ଜଣ ସାକ୍ଷୀ ମାନଙ୍କ ବୟାନ ରେକର୍ଡ କରି ପ୍ରଯୁଜ୍ୟ ଦସ୍ତାବିଜ କୁ ଗ୍ରହଣ କରିଥିଲେ l ଏହି ସମସ୍ତ ଘଟଣା ଙ୍କୁ ବିଚାର କରି ମାନ୍ୟବର ଅଦାଲତ ଉଭୟ ସୁନିଲ କୁମାର ମଲ୍ଲ ଓ ପ୍ରଶାନ୍ତ କୁମାର ଭୋଇକୁ ଦଫା-୩୭୯/୩୪ ରେ ୨ବର୍ଷର ସଶ୍ରମ କାରାଦଣ୍ଡାଦେଶ ପ୍ରକାଶ କରିଛନ୍ତି l ଏହି ମକଦମା ରେ ସରକାର ଙ୍କ ତରଫରୁ ସହକାରୀ ପବ୍ଲିକପ୍ରସିକୁଟର ଶ୍ରୀ ଗଞ୍ଜନ ଶବର ମାମଲା ଟିକୁ ପରିଚାଳନା କରୁଥିଲେ l
