Home Crime ସେଫ ସିଟି ଡ୍ରାଇଭ” ଅଭିଯାନ ରେ ମଦ୍ୟପାନ କରି ଗାଡି ଚାଳନା ବିରୋଧରେ ଧରପଗଡ

ସେଫ ସିଟି ଡ୍ରାଇଭ” ଅଭିଯାନ ରେ ମଦ୍ୟପାନ କରି ଗାଡି ଚାଳନା ବିରୋଧରେ ଧରପଗଡ

by Admin
0 comment

ନିରପେକ୍ଷ(ଭୁବନେଶ୍ୱର) : ସହରରେ ଘଟୁଥିବା ବିଭିନ୍ନ ଅପରାଧକୁ ହ୍ରାସ କରିବା ନିମନ୍ତେ ଭୁବନେଶ୍ବର-କଟକ ଦ୍ଵୈତ ନଗରୀର ପୁଲିସ କମିଶନର ତଥା ଭୁବନେଶ୍ବର ଡିସିପିଙ୍କ ନିର୍ଦ୍ଦେଶ କ୍ରମେ “ସେଫ ସିଟି ଡ୍ରାଇଭ” ଅଭିଯାନ କ୍ରମରେ ଭୁବନେଶ୍ଵର ସହରାଞ୍ଚଳ ପୁଲିସ ଜିଲ୍ଲା ତରଫରୁ ବିଭିନ୍ନ ଥାନା ଅଞ୍ଚଳରେ ମଦ୍ୟପାନ କରି ଗାଡି ଚାଳନା ବିରୋଧରେ ଧରପଗଡ ଅଭିଯାନ କଡାକଡି ଭାବେ ଚାଲୁଅଛି । ଏହି ଧରପଗଡ ଅଭିଯାନରେ ରାସ୍ତାରେ ଯାତାୟାତ କରୁଥିବା ସମସ୍ତ ଯାନବାହାନକୁ ଯାଞ୍ଚ କରାଯିବା ସହିତ ଅନ୍ୟାନ୍ୟ ଅପରାଧିକ କାର୍ଯ୍ୟ କଳାପ ବିରୋଧରେ ମଧ୍ୟ ଧରପଗଡ କରାଯାଇ ଜନସାଧାରଣଙ୍କୁ ସଚେତନ କରାଯିବା ସହିତ ଆବଶ୍ୟକ ସ୍ଥଳେ ଗାଡି ଜବତ କରାଯାଇ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଉଅଛି ।


ଏହି ପରିପ୍ରେକ୍ଷୀରେ ଗତକାଲି ରାତିରେ ଭୁବନେଶ୍ବର ସହରାଞ୍ଚଳରେ ଥିବା କ୍ୟାପିଟାଲ ଥାନା, ଲକ୍ଷ୍ମୀସାଗର ଥାନା, ମଞ୍ଚେଶ୍ଵର ଥାନା, ସହୀଦନଗର ଥାନା, ଇନଫୋସିଟି ଥାନା, ଓ ଖଣ୍ଡଗିରୀ ଥାନା ଅନ୍ତର୍ଗତ ରସୁଲଗଡ ଛକ, ଲକ୍ଷ୍ମୀସାଗର ଛକ, ରାଜମହଲ ଛକ, ଡେଲ୍ଟା ଛକ, ଆଇଏମଏମଟି ଛକ, କିଟ ଛକ ଆଦି ସ୍ଥାନରେ ସମ୍ପୃକ୍ତ ଥାନା ଆଇଆଇସି ଓ ଏସିପିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଧରପଗଡ କରାଯାଇଥିବା ବେଳେ, ଏହି ଧରପଗଡ ଅଭିଯାନରେ ପୁଲିସ ଅଧିକାରୀ ଏବଂ ଥାନା କର୍ମଚାରୀଙ୍କ ସମତେ ୧୨ ସେକ୍ସନ (୪ ପ୍ଲାଟୁନ) ପୁଲିସ ଫୋର୍ସ ସାମିଲ ହୋଇଥିଲେ ।
ଏହି କ୍ରମରେ ଗତ କାଲି ଭୁବନେଶ୍ବର ସହରାଞ୍ଚଳ ପୁଲିସ ତରଫରୁ ଯାଞ୍ଚ ଅଭିଯାନ ସମୟରେ ଲକ୍ଷ୍ମୀସାଗର ଥାନା ତରଫରୁ ୭ ଜଣ ମଦ୍ୟପ ଗାଡି ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ୬ ଟି ଚାରିଚକିଆ ଯାନ ଜବତ କରାଯାଇଥିବା ବେଳେ ଗୋଟିଏ ଦୁଇଚକିଆ ଯାନ ଜବତ କରାଯାଇଛି ।
ସହୀଦନଗର ଥାନା ତରଫରୁ ମଧ୍ୟ ୫ଟି ମାମଲାରେ ୩ ଟି ଚାରିଚକିଆ ଯାନ ଏବଂ ଓ ୨ ଟି ଦୁଇଚକିଆ ଯାନ ଜବତ କରାଯାଇଥିଲା ।


ସେହିପରି ଇନଫୋସିଟି ଥାନା ତରଫରୁ ମଦ୍ୟପ ଗାଡିଚାଳକଙ୍କ ବିରୋଦ୍ଧରେ କରାଯାଇଥିବା ଆଭିଯାନ ମଧ୍ୟମରେ ୬ ଟି ଚାରିଚକିଆ ଯାନ ଜବତ କରାଯାଇ ଥିବା ବେଳେ ୮ ଜଣଙ୍କ ନିକଟରୁ ଓଡ଼ିଶା ସହରାଞ୍ଚଳ ଆଇନ ଅନୁଯାଇ ୪୦୦୦ ଟଙ୍କା ଜୋରିମନା ଆଦାୟ କରାଯାଇଛି ।


ଏହି ଅଭିଯାନରେ କ୍ୟାପିଟାଲ ଥାନା ମଧ୍ୟ ଜଣେ ମଦ୍ୟପ ଗାଡିଚାଳକଙ୍କ ନିକଟରୁ ଗୋଟିଏ କାର ଜବତ କରିଥିବା ବେଳେ ମୋଟ ୧୦ ଜଣଙ୍କ ନିକଟରୁ ଓଡ଼ିଶା ସହରାଞ୍ଚଳ ଆଇନ ଅନୁଯାଇ ୫୦୦୦ ଟଙ୍କା ଜୋରିମନା ଆଦାୟ କରାଯାଇଛି।
ସେହିପରି ମଞ୍ଚେଶ୍ଵର ଥାନା ତରଫରୁ ମଧ୍ୟ ୪ ଜଣ ମଦ୍ୟପ ଗାଡିଚାଳକଙ୍କ ନିକଟରୁ ୪ଟି କାର ଜବତ କରାଯାଇଛି।

ଭୁବନେଶ୍ବର ସହରାଞ୍ଚଳକୁ ଅପରାଧ ମୁକ୍ତ କରିବା ପାଇଁ ତଥା ସହରକୁ ସୁରକ୍ଷିତ ରଖିବା ପାଇଁ “ସେଫ ସିଟି ଡ୍ରାଇଭ” ଅଧୀନରେ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଚାଲୁଥିବା ଖଟି, ସର୍ବସାଧାରଣରେ ନିଶାଦ୍ରବ୍ୟ କରୁଥିବା ଅସାମାଜିକ ବ୍ୟକ୍ତିବିଶେଷ ମାନଙ୍କୁ ନିୟମିତ ଭାବରେ ତଦାରଖ କରାଯାଉଅଛି । କମିଶନରେଟ ପୁଲିସ ଆଇନ ଉଲଂଘନକାରୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ସହିତ ଭୁବନେଶ୍ବରବାସୀଙ୍କ ସୁରକ୍ଷା ଦିଗରେ ମଧ୍ୟ ଯଥେଷ୍ଟ ଯତ୍ନବାନ ଅଛି ।
ଉଲ୍ଲେଖଯୋଗ୍ୟ ଯେ, ମଦ୍ୟପ ଗାଡି ଚାଳକଙ୍କ ବିରୋଧରେ ହେଉଥିବା ଅଭିଯାନ କ୍ରମରେ ଗତ ଜାନୁଆରୀ ମାସରୁ ଏଯାବତ ମୋଟ ୩୦୬ ଜଣ ମଦ୍ୟପ ଗାଡି ଚାଳକଙ୍କ ବିରୋଧରେ ଆଇନଗତ କାର୍ଯାନୁଷ୍ଠାନ ଗ୍ରହଣ କରାଯାଇ ମୋଟ ୩୫୭ ଟି ଦୁଇ/ ଚାରି ଚକିଆ ଯାନ ଜବତ କରାଯାଇପାରିଛି ।


ଭୁବନେଶ୍ଵର ସହରାଞ୍ଚଳ ପୁଲିସ ତରଫରୁ “ସେଫ ସିଟି ଡ୍ରାଇଭ” ମାଧ୍ୟମରେ ସର୍ବସାଧାରଣ ଜାଗାରେ ମଦ୍ୟପାନ କରିବା ଓ ମଦ୍ୟପାନ କରି ଗାଡି ଚାଳନ କରିବା ବିରୋଧରେ ଆଗକୁ ମଧ୍ୟ ଜାରିରହିବ

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc