ନିରପେକ୍ଷ(ଭୁବନେଶ୍ୱର) : ଏୟାରପୋର୍ଟ ଥାନା ପୁଲିସ ଅଭିଯୋଗକାରୀ ଶ୍ରୀ ପ୍ରମୋଦ କୁମାର ବଳିଆରସିଂହଙ୍କ ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହ ରାଜୀବ ଲୋଚନ ଦାସ(21),ଅମର ନାୟକ(21) ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ଗତ କାଲି ତା ୧୬.୩୦୩.୨୦୨୪ ରିଖରେ ଅଭିଯୋଗକାରୀ ଖୋର୍ଦ୍ଧାରୁ ପୋଖରୀପୁଟ କୁ ବସରେ ଆସିଥିଲେ ଏବଂ ସେ ମଧୁସୂଦନ ପାର୍କ ନିକଟରେ ଅଟକିଥିଲେ । ସେହି ସମୟରେ ନିମ୍ନୋକ୍ତ ଅଭିଯୁକ୍ତ ଦୁହେଁ ସେଠାରେ ଅଭିଯୋଗକାରିଙ୍କୁ ଆକ୍ରମଣ କରି ତାଙ୍କର ଗୋଟିଏ କଳା ରଙ୍ଗର ବ୍ୟାଗ ସହ ସେଥିରେ ଥିବା ୩୦,୦୦୦/- ଟଙ୍କା ଓ ଗୋଟିଏ ମୋବାଇଲ ଫୋନ ଲୁଟ କରିଥିଲେ ।

ଅପରାଧ ଘଟାଇ ଅଭିଯୁକ୍ତ ମାନେ ଘଟଣାସ୍ଥଳ ରୁ ଚାଲି ଯିବାକୁ ଚେଷ୍ଟା କରୁଥିବା ସମୟରେ କିଛି ସାଧାରଣ ଲୋକମାନେ ଉଭୟଙ୍କୁ କାବୁ କରିନେଇଥିଲେ । ସୂଚନାପାଇ ପିସିଆର ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ମାନଙ୍କଠାରୁ ଲୁଟ ଜିନିଷ ଜବତ କରିବା ସହ ସେମାନଙ୍କୁ ତଦନ୍ତ ପାଇଁ ଥାନାକୁ ଆଣିଥିଲେ ।
