ନିରପେକ୍ଷ(ଭୁବନେଶ୍ୱର) : ଶ୍ରୀ ଲିଙ୍ଗରାଜ ଥାନା ପୁଲିସ ଅଭିଯୋଗକାରିଣୀଙ୍କର ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହ ଘନଶ୍ୟାମ ଦାସ@ବାବୁ (35) ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ଅଭିଯୁକ୍ତ ପୂର୍ବରୁ ବିବାହିତ ଓ ତାଙ୍କର ପ୍ରଥମ ସ୍ତ୍ରୀ ତାଙ୍କୁ ଛାଡି ଚାଲିଯିବା ପରେ ସେ ଗତ ୨୦୧୯ ମସିହାରେ ପୀଡ଼ିତାଙ୍କୁଦ୍ବିତୀୟ ବିବାହ କରି ଓଲ୍ଡ ଟାଉନ ଚେମେଡି ସାହିରେ ରହି ଆସୁଥିଲେ । ବିବାହ ପରଠାରୁ ଉଭୟେ ପରସ୍ପରଙ୍କ ଚରିତ୍ରକୁ ନେଇ ସନ୍ଦେହ କରୁଥିବାରୁ ସେମାନଙ୍କ ମଧ୍ୟରେ ସର୍ବଦା ଅସନ୍ତୋଷ ଲାଗି ରହୁଥିଲା ।
