Home Crime ଛିନତାଇ ମାମଲାର ବିଚାର କରି ଅଭିଯୁକ୍ତ ଙ୍କୁ ଦୋଷୀ ସାବ୍ୟସ୍ତ

ଛିନତାଇ ମାମଲାର ବିଚାର କରି ଅଭିଯୁକ୍ତ ଙ୍କୁ ଦୋଷୀ ସାବ୍ୟସ୍ତ

by Admin
0 comment

ନିରପେକ୍ଷ(ଭୁବନେଶ୍ୱର) : ଆଜିଭୁବନେଶ୍ବର ପ୍ରଥମ ଶ୍ରେଣୀୟ-୫ର ବିଚାର ବିଭାଗୀୟ ଅଦାଲତର ବିଚାରପତି ଶ୍ରୀ ସବ୍ୟସାଚୀ ପଣ୍ଡା,ଖଣ୍ଡଗିରିଥାନା ଅଞ୍ଚଳରେ ହୋଇଥିବା ଏକ ଛିନତାଇମାମଲାର ବିଚାର କରି ଅଭିଯୁକ୍ତଅଲି ଆଜମ ମଲ୍ଲିକଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡଶୁଣାଇଛନ୍ତି।ଘଟଣାର ଅନ୍ତରାଳେ:ସୂଚନାଯୋଗ୍ୟ ଯେ, ଗତ ତା ୨୦.୦୫.୨୦୨୩ ରିଖ ସନ୍ଧ୍ୟାରେ ଅଭିଯୋଗକାରିଣୀ ସ୍କୁଟି ଯୋଗେ ବରମୁଣ୍ଡା ରୁ ଘରକୁ ଫେରୁଥିଲେ। ସମୟ ପ୍ରାୟ ୮.୩୦ ରେ ସେ ଭି-୨ ମଲ୍ ସାମ୍ନାରେ ଥିବା ବେଳେ ହଠାତ ଅଭିଯୁକ୍ତ ଅଲି ଆଜମ ଓ ତାଙ୍କର ସହଯୋଗୀ ଚନ୍ଦନ ନାଏକ ଗୋଟିଏ

ମୋଟରସାଇକେଲରେ ପଛ ପାର୍ଶ୍ଵରୁ ଆସିଥିଲେ ଏବଂ ଅଭିଯୋଗକାରିଣୀଙ୍କର ଗୋଟିଏ ବ୍ୟାଗରେ ଥିବା ଲ୍ଯାପଟପ, ହାର୍ଡ ଡିସ୍କ, ମୋବାଇଲଫୋନ, ସୁନା କାନଫୁଲ, ୭୦୦୦/- ଟଙ୍କା, ଗୋଟିଏ ସନଗ୍ଳାସ, କିଛି କସମେଟିକ୍ସ ଓ ଅନ୍ୟାନ୍ୟ ଡକୁମେଣ୍ଟ ଛିନତାଇ କରି ନେଇଯାଇଥିଲେ । ଅଭିଯୋଗକାରିଣୀ ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ ।
ଅଭିଯୋଗକାରିଣୀଙ୍କର ଏତାଲା ଆଧାରରେ ଖଣ୍ଡଗିରିଥାନା କେସ ନଂ-୨୨୨/୨୦୨୩, ଦଫା-୩୯୨/୩୪ ରେ ଏକ ମାମଲା ରୁଜୁ କରାଯାଇଥିବ ବେଳେ ଥାନାର ତତ୍କାଳୀନ ଏସଆଇ ଶ୍ରୀ ଦେବଦତ୍ତ ସାମନ୍ତରାୟଙ୍କୁ ଏହାର ତଦନ୍ତ ଭାର ଦିଆଯାଇଥିଲା । ଶ୍ରୀ ସାମନ୍ତରାୟଏହି ମାମଲାର ସଠିକ ତଦନ୍ତ କରିବା ସହିତ ଅଭିଯୁକ୍ତ ଚନ୍ଦନ ନାଏକ ଓ ଅଲି ଆଜମ ମଲ୍ଲିକଙ୍କୁଗିରଫ କରିସେମାନଙ୍କ ନିକଟରୁ ଲୁଟ ଜିନିଷ ସବୁକୁ ଜବତ କରିବା ସହିତ ସମ୍ପୃକ୍ତ ଅଭିଯୋଗକାରିଣୀଙ୍କୁ ଜିମା ଦେଇଥିଲେ ।

ଉପରୋକ୍ତ ମାମଲାରବିଚାର କରି ମାନ୍ୟବର ଅଦାଲତ ବିଭିନ୍ନ ସାକ୍ଷୀଙ୍କ ବୟାନ ଓ ପ୍ରଯୁଜ୍ୟ ଦସ୍ତାବିଜକୁ ଆଧାର କରି ଅଭିଯୁକ୍ତ ଅଲି ଆଜମ ମଲ୍ଲିକଙ୍କୁ ୨ ବର୍ଷର ସଶ୍ରମ କାରାଦଣ୍ଡାଦେଶ ସହ ଏକ ହଜାର ଟଙ୍କା ଜୋରିମାନା ଓ ଜୋରିମାନା ଅନାଦେୟ କ୍ଷେତ୍ରରେ ଏକ ମାସ କାରାଦଣ୍ଡାଦେଶଶୁଣାଇଛନ୍ତି । ଏହି ମାମଲାକୁ ସରକାରଙ୍କ ପକ୍ଷରୁସହାୟକ ପବ୍ଲିକ ପ୍ରୋସିକ୍ୟୁଟର ଶ୍ରୀ ନିରଞ୍ଜନ ବେହେରା ପରିଚାଳନା କରିଥିଲେ ।ଏହା ପୂର୍ବରୁ ଅଲି ଆଜମ ଓ ତାଙ୍କର ସହଯୋଗୀ ଚନ୍ଦନ ନାଏକଙ୍କୁ କ୍ୟାପିଟାଲ ଓ ନୟାପଲ୍ଲି ଥାନାରେ ଗୋଟିଏ ଗୋଟିଏ ମାମଲାରେ ସଜା ହୋଇଛି । ସୂଚନା ଯୋଗ୍ୟ ଯେ, ଗତ ବର୍ଷ ସମୁଦାୟ ୮୨ଟି ମାମଲାର ଶୁଣାଣି କରାଯାଇ ଦୋଷୀ ମାନଙ୍କୁ ସଜା ଦିଆଯାଇସାରିଥିବା ବେଳେ ଭୁବନେଶ୍ବର ସହରାଞ୍ଚଳ ଜିଲ୍ଲା ତରଫରୁ ଚଳିତ ବର୍ଷ ଏଯାବତ ୨୧ଟିମାମଲାରଶୁଣାଣି ଶେଷ ହୋଇ ଦୋଷୀଙ୍କୁ ସଜ ହୋଇଛି । ଚଳିତ ବର୍ଷର ଭୁବନେଶ୍ବର ପ୍ରଥମ ଶ୍ରେଣୀୟ-୫ର ବିଚାର ବିଭାଗୀୟ ଅଦାଲତର ଏହା ସପ୍ତମ ଦଣ୍ଡ ଶୁଣାଣି ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc