ନିରପେକ୍ଷ(ଭୁବନେଶ୍ୱର) : ଖଣ୍ଡଗିରି ଥାନା ପୁଲିସ ଅଭିଯୋଗକାରୀ ଶ୍ରୀ ରାହୁଲ ଦାସଙ୍କ ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହ ସନ୍ତୋଷ କୁମାର ଭୋଇ(26)ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ସ୍ବାସ୍ଥ୍ୟଗତ ସମସ୍ଯା ଯୋଗୁଁ ଅଭିଯୋଗକାରୀଙ୍କ ବାପା ଏମ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଗତ ତା.୧୫.୦୩.୨୦୨୪ ରିଖ ସକାଳେ ସେ ନିଜ ମୋବାଇଲ ଫୋନକୁ ବାପାଙ୍କ ବେଡ୍ ପାର୍ଶ୍ବରେ ରଖି ଗାଧୋଇବା ନିମନ୍ତେ ଯାଇଥିଲେ । ଏହି ସମୟରେ ନିମ୍ନୋକ୍ତ ଅଭିଯୁକ୍ତ ଜଣକ ସୁଯୋଗ ଉଣ୍ଡି ଅଭିଯୋଗକାରୀଙ୍କ ମୋବାଇଲ ଫୋନକୁ ସେଠାରୁ ଚୋରିକରି ନେଇଯାଇଥିଲେ ।
