Home Uncategorized ଅଜ୍ଞାତସାରରେ ଦୁଷ୍କର୍ମ ର ଫଟୋ ଓ ଭିଡିଓ କରି ଭାଇରାଲ କରିଦେବାର ଧମକ ଦେଇ ବାରମ୍ବାର ଦୁଷ୍କର୍ମ କରିବା ସହ ମୋଟାଅଙ୍କର ଟଙ୍କା ଆଦାୟ

ଅଜ୍ଞାତସାରରେ ଦୁଷ୍କର୍ମ ର ଫଟୋ ଓ ଭିଡିଓ କରି ଭାଇରାଲ କରିଦେବାର ଧମକ ଦେଇ ବାରମ୍ବାର ଦୁଷ୍କର୍ମ କରିବା ସହ ମୋଟାଅଙ୍କର ଟଙ୍କା ଆଦାୟ

by Admin
0 comment

ନିରପେକ୍ଷ(ଭୁବନେଶ୍ୱର) : ଏୟାରପୋର୍ଟ ଥାନା ପୁଲିସ ଅଭିଯୋଗକାରିଣୀଙ୍କ ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହ ମନୋଜ କୁମାର ବାରିକ(33) ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ଅଭିଯୋଗକାରିଣୀ ଏକ ବେସରକାରୀ ଡାକ୍ତରଖାନାରେ ନର୍ସ ଭାବେ କାର୍ଯ୍ୟ କରନ୍ତି । ସେ ପ୍ରଥମେ ଗତ ୨୦୨୨ ମସିହା ମାର୍ଚ୍ଚ ମାସରେ ନିମ୍ନୋକ୍ତ ଅଭିଯୁକ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ଜୁଲାଇ ମାସରେ ଅଭିଯୁକ୍ତଙ୍କ ସହିତ ସାକ୍ଷାତ କରିବା ବେଳେ, ଅଭିଯୁକ୍ତ ଜଣକ ନିଜକୁ ବାପୁନ ରାୟ ତଥା ଜଣେ ଅନାଥ ବୋଲି ପରିଚୟ ଦେବା ସହିତ କଲିକତାରେ ମେକାନିକାଲ୍ ଇଞ୍ଜିନିୟର ଭାବେ ଚାକିରି କରୁଥିବା ଏବଂ କେସୁରା ଅଞ୍ଚଳରେ ତାଙ୍କର ଏକ କୋଠାଘର ଥିବା କହି ଅଭିଯୋଗକାରିଣୀଙ୍କ ମନରେ ତାଙ୍କ ପ୍ରତି ସଦଭାବନା, ଭଲପାଇବା ଓ ବିଶ୍ବାସ ସୃଷ୍ଟି କରିବାରେ ସକ୍ଷମ ହୋଇଥିଲେ ।

ପରେ ଅଭିଯୁକ୍ତ ଜଣକ ଭବିଷ୍ୟତ ଯୋଜନା ସମ୍ପର୍କରେ ଆଲୋଚନା କରିବାର ବାହାନା କରି ଅଭିଯୋଗକାରିଣୀଙ୍କୁ ରାଜମହଲ ଛକ ଠାରେ ଥିବା ଏକ ହୋଟେଲକୁ ଡାକି ସେଠାରେ ତାଙ୍କ ଇଚ୍ଛା ବିରୋଦ୍ଧରେ ବଳପୂର୍ବକ ଦୁଷ୍କର୍ମ କରିଥିଲେ । ଅଭିଯୋଗକାରିଣୀଙ୍କ ଅଜ୍ଞାତସାରରେ ଅଭିଯୁକ୍ତ ଜଣକ ଦୁଷ୍କର୍ମ ବେଳର କିଛି ଫଟୋ ଓ ଭିଡିଓ ଉତ୍ତୋଳନ କରି ପାଖରେ ରଖିବା ସହିତ ତାହାକୁ ସର୍ବସାଧାରଣରେ ଭାଇରାଲ କରିଦେବାର ଧମକ ଦେଇ ଅଭିଯୋଗକାରିଣୀଙ୍କୁ ବିଭିନ୍ନ ହୋଟେଲକୁ ନେଇ ବାରମ୍ବାର ଦୁଷ୍କର୍ମ କରିଥିଲେ ଏବଂ ତାଙ୍କ ଠାରୁ ମୋଟାଅଙ୍କର ଟଙ୍କା ମଧ୍ୟ ଅସୁଲ କରିଥିଲେ । ଅଭିଯୋଗକାରିଣୀ ଯେବେବି ତାଙ୍କ ସହିତ କୌଣସି ସମ୍ପର୍କ ରଖିବା ଲାଗି ମନା କରୁଥିଲେ, ଅଭିଯୁକ୍ତ ଜଣକ ତୁରନ୍ତ ସେ କାମ କରୁଥିବା ଡାକ୍ତରଖାନାରେ ପହଞ୍ଚି ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିମନ୍ଦ କରିବା ସହିତ ପାଖରେ ଥିବା ଫଟୋ ଓ ଭିଡିଓ ଭାଇରାଲ କରିବାର ଧମକ ଦେଉଥିଲେ ।

ଗତ ତା.୧୩.୦୩.୨୦୨୪ ରିଖଦିନ, ଅଭିଯୋଗକାରିଣୀ ଜଣକ ତାଙ୍କ ସହିତ ଆଉ କୌଣସି ପ୍ରକାର ସମ୍ପର୍କ ରଖିବେନି ବୋଲି ମନା କରିବାରୁ, ଅଭିଯୁକ୍ତ ଜଣକ ନିଶାସକ୍ତ ଅବସ୍ଥାରେ ଡାକ୍ତରଖାନାରେ ଯାଇ ପହଞ୍ଚି ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ନାନାପ୍ରକାର ଧମକ ଦେଇଥିଲେ ଓ ଅତ୍ୟଧିକ ଉତ୍ତେଜିତ ହୋଇ ନିଜର ପ୍ରକୃତ ନାମ ପ୍ରକାଶ କରିବା ସହିତ ସେ ପୂର୍ବରୁ ବିବାହିତ ଥିବା ଏବଂ ତାଙ୍କର ଦୁଇଟି ପିଲା ଥିବା କଥା ମଧ୍ୟ ପରିପ୍ରକାଶ କରିଥିଲେ ।ଉପରୋକ୍ତ ଘଟଣାକୁ କେନ୍ଦ୍ର କରି ଅଭିଯୋଗକାରିଣୀଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ତଦନ୍ତ କରିବା ସହିତ ବିଶ୍ଵସ୍ତ ସୂତ୍ରରୁ ସୂଚନା ପାଇ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଓଲ୍ଡଟାଉନ ଅଞ୍ଚଳରୁ ଗିରଫ କରିଥିଲେ । ପଚରାଉଚରା ବେଳେ ଅଭିଯୁକ୍ତ ଜଣକ ନିଜର ଅପରାଧ ସ୍ଵୀକାର କରିଥିଲେ ।ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc