ମୁମ୍ବାଇ: ସୁନାମଧନ୍ୟ ପ୍ରଖ୍ୟାତ କଣ୍ଠଶିଳ୍ପୀ ଅନୁରାଧା ପୌଡୱାଲ୍ ନିଜର ରାଜେନୈତିକ ଯାତ୍ରା ଆରମ୍ଭ କଲେ । ସେ ଶନିବାର ଦିନ ଭାରତୀୟ ଜନତା ପାର୍ଟି (ବିଜେପି)ରେ ସାମିଲ୍ ହୋଇଛନ୍ତି। ଆଜି ପୂର୍ବାହ୍ନରେ ବିଜେପି କାର୍ଯ୍ୟାଳୟରେ ପହଞ୍ଚି ବରିଷ୍ଠ ନେତାଙ୍କ ଉପସ୍ଥିିତିରେ ଦଳରେ ମିଶିଛନ୍ତି। ନିର୍ବାଚନ ଆୟୋଗ ଆଜି ହିଁ ଲୋକସଭା ନିର୍ବାଚନ ଓ କିଛି ରାଜ୍ୟର ବିଧାନସଭା ନିର୍ବାଚନକୁ ନେଇ ତାରିଖ ଘୋଷଣା କରିବାକୁ ଥିବା ବେଳେ ବିଜେପିରେ ଯୋଗ ଦେଇ ଲୋକଙ୍କୁ ଚକିତ କରାଇ ଦେଇଛନ୍ତି ଅନୁରାଧା।
