ନିରପେକ୍ଷ(ଭୁବନେଶ୍ବର) : ଜାମୁଝରୀରେ ହେବ ବିଶ୍ବସ୍ତରୀୟ ସବୁଜ ବଳୟ ମଡେଲ କାରାଗାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଭିତ୍ତିପ୍ରସ୍ତର ସ୍ଥାପନ । କାର୍ଯ୍ଯକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ଗୃହମନ୍ତ୍ରୀ ତୁଷାରକାନ୍ତି ବେହେରା, ଜେଲ ଡିଜି ଅମ୍ରିତ ପ୍ରସାଦ, ଜେଲ ଏଡିଜି ଅମିତାଭ ଠାକୁର, ଜଟଣୀ ବିଧାୟକ ସୁର ରାଉତରାୟଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।
