ନିରପେକ୍ଷ(ଭୁବନେଶ୍ୱର) : ଏୟାରପୋର୍ଟ ଥାନା ପୁଲିସ ଅଭିଯୋଗକାରୀ ଶ୍ରୀ ଶୁଭେନ୍ଦୁ ମୁଦୁଲିଙ୍କ ଅଭିଯୋଗ ଆଧାରରେ ତଦନ୍ତ କରିବା ସହ ମାନସ ନାୟକ(27),ମକରଧ୍ୱଜ ଦାସ(23),ଜୟନ୍ତ ହଂସ(26) ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ଆସୋଟେକ ଗ୍ରୁପ୍ କୋମ୍ପାନିରେ ଆସିଷ୍ଟାଣ୍ଟ ମ୍ୟାନେଜର ଭାବରେ କାର୍ଯ୍ୟ କରନ୍ତି । ଉକ୍ତ କମ୍ପାନୀ ଦ୍ବାରା ଏୟାରପୋର୍ଟ ଥାନା ଅନ୍ତର୍ଗତ ଭୀମପୁର ମୌଜାରେ ଗୋଟିଏ ରେସିଡେନ୍ସିଆଲ୍ କମ୍ପ୍ଲେକ୍ସର ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ବୈଷୟିକ ଏବଂ ଆଇନ୍ ସମ୍ବନ୍ଧୀୟ ସମସ୍ଯା ହେତୁ ଗତ ୩ ବର୍ଷରୁ ଅଧିକ ସମୟ ହେବ ସେଠାରେ କାର୍ଯ୍ୟ ବନ୍ଦ ରହଛି।
