ନିରପେକ୍ଷ(ଭୁବନେଶ୍ୱର) : ଜଟଣୀ ଥାନା ପୁଲିସ ଅଭିଯୋଗକାରୀ ଅଜୟ ଅଗ୍ରୱାଲଙ୍କ ଅଭିଯୋଗ ଆଧାରରେ ତଦନ୍ତ କରିବା ସହ କାହ୍ନ@କାର୍ତ୍ତିକ ମହାରଣା(32),ଚିକୁନୁ@ସନ୍ତୋଷ ମହାନ୍ତି(30)ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।ସୂଚନାଯୋଗ୍ୟ ଯେ, ଗତ ତା ୦୮.୦୩.୨୦୨୪ ରିଖରେ ନିମ୍ନୋକ୍ତ ଅଭିଯୁକ୍ତ ଦୁହେଁ ମିଳିତ ଭାବରେ ଅଭିଯୋଗକାରୀଙ୍କର ଗୋଦାମର ସଟର ଭଙ୍ଗି ସେଠାରୁ ରୁ ୨୭ପ୍ଯାକେଟ ଚାଉଳ ବସ୍ତା, କମ୍ପ୍ୟୁଟର ଓ ଅନ୍ୟାନ୍ୟ ଏଲେକ୍ଟ୍ରୋନିକ୍ସ ସାମଗ୍ରୀକୁ ଗୋଟିଏ ଟ୍ରଲିରେ ଚୋରୀ କରି ନେଇଯାଇଥିଲେ ।
