ନିରପେକ୍ଷ(ଭୁବନେଶ୍ୱର) : ଏୟାରପୋର୍ଟ ଥାନା ପୁଲିସ ବେଆଇନ ଦେଶୀମଦ ବିକ୍ରୟ ଅଭିଯୋଗରେ ଛୋଟନ ଦାସ(43)ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ଏୟାରପୋର୍ଟ ଥାନାଧିକାରୀଙ୍କ ନିର୍ଦ୍ଦେଶ ମୁତାବକ ସମ୍ପୃକ୍ତ ଥାନାର ପାଟ୍ରୋଲିଂ ଟିମ କାର୍ଗିଲ ବସ୍ତି କେଳା ସାହିରେ ଚଢଉ କରିବା ସହ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ସାଧାରଣରେ ବେଆଇନ ଭାବରେ ଦେଶୀ ମଦ ବିକ୍ରୟ କରୁଥିବା ସମୟରେ କାବୁ କରିନେଇଥିଲେ ।
