Home Breaking News ଅସାଧୁ ଉପାୟରେ କାର୍ଡିଓଲୋଜି ଡିପାର୍ଟମେଣ୍ଟର ଟିକେଟ ବିକ୍ରି

ଅସାଧୁ ଉପାୟରେ କାର୍ଡିଓଲୋଜି ଡିପାର୍ଟମେଣ୍ଟର ଟିକେଟ ବିକ୍ରି

by Admin
0 comment

ନିରପେକ୍ଷ9ଭୁବନେଶ୍ୱର:ଖଣ୍ଡଗିରି ଥାନା ପୁଲିସ ଅଭିଯୋଗକାରୀ ଡ଼ ରାମଚନ୍ଦ୍ର ବାରିକଙ୍କ ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହ ନିର୍ଲଭ ରାୟ(25)ଅଭିଯୁକ୍ତଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ପେଷାରେ ଜଣେ ବରିଷ୍ଠ ଡାକ୍ତର ଏବଂ ସେ ଏମ୍ସ ହସ୍ପିଟାଲରେ କାର୍ଡିଓଲୋଜି ଡିପାର୍ଟମେଣ୍ଟରେ ଜଣେ ପ୍ରଫେସର ଓ ଏଚଓଡି ଭାବରେ କାର୍ଯ୍ୟରତ ।

ନିମ୍ନୋକ୍ତ ଅଭିଯୁକ୍ତ ଜଣକ ଏମ୍ସଓପିଡ଼ି ଟିକେଟ କାଉଣ୍ଟର ରୁ କାର୍ଡିଓଲୋଜି ଡିପାର୍ଟମେଣ୍ଟର ଟିକେଟ ସାଧାରଣ ମୂଲ୍ୟରେ କିଣିବା ସହ କିଛି ବ୍ୟକ୍ତିଗତ ଲାଭ ପାଇବା ପାଇଁ ଅସାଧୁ ଉପୟରେ ସାଧାରଣରେ ବିକ୍ରୟ କରୁଥିବାର ସୂଚନା ପାଇଥିଲେ। ଅଭିଯୋଗକାରୀ ତୁରନ୍ତ ଅଭିଯୁକ୍ତଙ୍କୁ କାବୁ କରିବା ସହ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ତଦନ୍ତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ ଏବଂ ତାଙ୍କ ହେପାଜତରୁ ଓପିଡ଼ି ଟିକେଟ ଜବତ କରିଥିଲେ ।

ପଚରା ଉଚରା ବେଳେ ଅଭିଯୁକ୍ତ ନିଜର ଅପରାଧ ସ୍ଵୀକାର କରିବା ସହ କିଛି ସୁରକ୍ଷାକର୍ମୀଙ୍କ ସହାୟତାରେ ସେ ଏମ୍ସର ବିଭିନ୍ନ ଡିପାର୍ଟମେଣ୍ଟର ଓପିଡ଼ି ଟିକେଟ ସହଜରେ ପାଇଯାଉଥିଲେ ଏବଂ ସେଗୁଡିକୁ ସାଧାରଣ ଲୋକଙ୍କୁ ଅଧିକ ମୂଲ୍ୟରେ ବିକ୍ରୟ କରୁଥିବା ଦର୍ଶାଇଥିଲେ । ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc