Home Crime ଚୋରୀ ମୋବାଇଲ ଫୋନ ବିକ୍ରୟ କରୁଥିବା ସମୟରେ କାବୁ କଲା ପୋଲିସ

ଚୋରୀ ମୋବାଇଲ ଫୋନ ବିକ୍ରୟ କରୁଥିବା ସମୟରେ କାବୁ କଲା ପୋଲିସ

by Admin
0 comment

ନିରପେକ୍ଷ(ଭୁବନେଶ୍ୱର) : ଶହୀଦନଗର ଥାନା ପୁଲିସ ଉପରୋକ୍ତ ମାମଲା ରୁଜୁ କରାଇବା ସହ ତଦନ୍ତ କରି କବି ନାୟକ(39) ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରିଛନ୍ତି।ସୂଚନାଯୋଗ୍ୟ ଯେ, ବିଶ୍ଵସ୍ତ ସୂତ୍ରରୁ ହସ୍ତଗତ ହୋଇଥିବା ସୂଚନାକୁ ଆଧାର କରି ଶହୀଦନଗର ଥନାଧିକାରୀଙ୍କ ନିର୍ଦ୍ଧେଶକ୍ରମେ ସମ୍ପୃକ୍ତ ଥାନାର ପାଟ୍ରୋଲିଂ ଟୀମ ଭିଏସଏସ ନଗର ଲେଭେଲ କ୍ରସିଂ ନିକଟରେ ଅତର୍କିତ ଚଢଉ କରିବା ସହ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗୋଟିଏ ମୋଟରସାଇକେଲ ନିକଟରେ ଠିଆହୋଇ କିଛି ଚୋରୀ ମୋବାଇଲ ଫୋନ ସାଧାରଣରେ ବିକ୍ରୟ କରୁଥିବା ସମୟରେ କାବୁ କରିନେଇଥିଲେ ।

ତଲାସି ବେଳେ ଅଭିଯୁକ୍ତଙ୍କ ହେପାଜତରୁ ୧୫ଟି ମୋବାଇଲ ଫୋନ ଓ ଗୋଟିଏ ମୋଟରସାଇକେଲ ଜବତ କରାଯାଇଥିଲା । ପଚରା ଉଚରା ବେଳେ ଅଭିଯୁକ୍ତ ନିଜର ଅପରାଧ ସ୍ଵୀକାର କରିଥିଲେ। ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc