
ନିରପେକ୍ଷ(ଭୁବନେଶ୍ୱର) : ବଡ଼ଗଡ ଥାନା ପୁଲିସ ଅଭିଯୋଗକାରିଣୀଙ୍କର ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହ ରାଜୁ ଦାସ(20),ରାହୁଲ ଦାସ(19),ଦୀପକ କୁମାର ବେଉରା(20),ରାଜୁ ରାଉତ(27)ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ତା ୦୫.୦୩.୨୦୨୪ ରିଖ ସନ୍ଧ୍ୟାରେ ଅଭିଯୋଗକାରିଣୀ ତାଙ୍କର ପୁରୁଷ ବନ୍ଧୁଙ୍କ ସହିତ ବିଜେବି ନଗର ମାଇଁଷାଖାଲ ପାର୍କରେ ବସିଥିଲେ ।

ସେହି ସମୟରେ ନିମ୍ନୋକ୍ତ ଅଭିଯୁକ୍ତମାନେ ସେଠାକୁ ଆସିଥିଲେ ଏବଂ ଗାଳି ଗୁଲଜ କରିବା ସହ ଆକ୍ରମଣ କରି ଅଭିଯୋଗକାରିଣୀ ଓ ତାଙ୍କର ପୁରୁଷ ବନ୍ଧୁଙ୍କ ଠାରୁ ୧୫୦୦ଟଙ୍କା, ମୋବାଇଲ ଫୋନ ଆଦି ଛିନତାଇ କରି ନେଇଯାଇଥିଲେ ।
