ନିରପେକ୍ଷ(ଭୁବନେଶ୍ୱର) : ଶହୀଦନଗର ଥାନା ପୁଲିସ ଅଭିଯୋଗକାରୀ ଦେବପ୍ରସାଦ ବସ୍ତିଆଙ୍କ ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହ ଚନ୍ଦନ@ବିମଲ କୁମାର ରଣସିଂହ(28)ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ଗତ ତା ୦୪.୦୩.୨୦୨୪ ରିଖ ସନ୍ଧ୍ୟା ପ୍ରାୟ ୯:୩୦ ରେ ଅଭିଯୋଗକାରୀ ଜୟଦେବ ବିହାର ଛକ ନିକଟରେ ଠିଆ ହୋଇଥିଲେ ।

ସେହି ସମୟରେ ନିମ୍ନୋକ୍ତ ଅଭିଯୁକ୍ତ ଏକ ସ୍କୁଟି ନେଇ ସେଠାକୁ ଆସିଥିଲେ ଏବଂ ଅଭିଯୋଗକାରୀଙ୍କର ହାତରୁ ଗୋଟିଏ ସାମସଙ୍ଗ ସ୍ମାର୍ଟ ମୋବାଇଲ ଫୋନ ଛିନତାଇ କରି ଘଟଣାସ୍ଥଳରୁ ଚାଲି ଯାଇଥିଲେ। ଏନେଇ ଶହୀଦନଗର ଥାନାରେ ମାମଲା ରୁଜୁ ହେବା ପରେ ପୁଲିସ ବିଭିନ୍ନ ଦିଗରେ ତଦନ୍ତ କରିବା ସହ ବିଶ୍ଵସ୍ତ ସୁତରୁ ଖବର ପାଇ ଚକେଇସିଆଣୀ ଗାଁକୁ ଯାଇଥଲେ ଏବଂ ଅଭିଯୁକ୍ତଙ୍କର ଘରେ ଚଢଉ କରି ଗିରଫରୁ ବର୍ତ୍ତିବା ପାଇଁ ଖସି ପଳାଉଥିବା ସମୟରେ କାବୁ କରିନେଇଥିଲେ।
