ନିରପେକ୍ଷ(ଭୁବନେଶ୍ୱର) : ମୈତ୍ରୀବିହାର ଥାନା ପୁଲିସ ଅଭିଯୋଗକାରୀ ଶ୍ରୀ ଦେବାଶିଷ ମିଶ୍ରଙ୍କ ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହ ଧର୍ମେନ୍ଦ୍ର ମୋହାଟୋ@ଚିନ୍ତୁ(24)ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ଆଜି ମଧ୍ୟାନ ସମୟରେ ଅଭିଯୋଗକାରୀ ତାଙ୍କର ସରକାରୀ କ୍ବାଟର ରୁ ବାହାରି ଅଫିସ କାର୍ଯ୍ୟରେ ଯାଉଥିବା ବେଳେ ନିମ୍ନୋକ୍ତ ଅଭିଯୁକ୍ତ ଜଣକ ତାଙ୍କୁ ଆକ୍ରମଣ କରି ଗୋଟିଏ ଗୁଗୁଲ ପିକ୍ସଲ୍ ସ୍ମାର୍ଟ ମୋବାଇଲ ଫୋନ ଓ ୩୦୦୦ ଟଙ୍କା ଲୁଟ କରି ନେଇଯାଇଥିଲେ।
