Home Crime ହତ୍ୟା କରିବା ଉଦେଶ୍ୟରେ ଛୁରୀ ଓ ସ୍କ୍ରୁ ଡ଼ାଇଭର ଦେଖାଇ ଧମକ ସହ ଗଳା କୁ ଆକ୍ରମଣ

ହତ୍ୟା କରିବା ଉଦେଶ୍ୟରେ ଛୁରୀ ଓ ସ୍କ୍ରୁ ଡ଼ାଇଭର ଦେଖାଇ ଧମକ ସହ ଗଳା କୁ ଆକ୍ରମଣ

by Admin
0 comment

ନିରପେକ୍ଷ(ଭୁବନେଶ୍ୱର) : ଶହୀଦନଗର ଥାନା ପୁଲିସ ଅଭିଯୋଗକାରିଣୀଙ୍କର ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହପପୁ@ବସନ୍ତ ବେହେରା(32)ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ଗତ ୧୦ ବର୍ଷ ପୂର୍ବେ ଅଭିଯୋଗକାରିଣୀ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ବିବାହ କରିଥିଲେ ଏବଂ ସେମାନେ ତାଙ୍କର ୨ ପୁଅଙ୍କ ସହିତ ବାୟାବାବା ମଠ ବସ୍ତିରେ ରହିଆସୁଥିଲେ । ଅଭିଯୁକ୍ତ ଜଣକ ନିୟମିତ ଭାବେ ଅଭିଯୋଗକାରିଣୀଙ୍କୁ ନିର୍ଯ୍ୟାତନା ଦେବା ସହ ହତ୍ୟା କରିବା ଉଦେଶ୍ୟରେ ଛୁରୀ ଓ ସ୍କ୍ରୁ ଡ଼ାଇଭର ଦେଖାଇ ଧମକ ଦେଇଆସୁଥିଲେ ।

ଗତ କାଲି ତା ୦୬.୦୩.୨୦୨୪ ରିଖ ସକାଳ ସମୟରେ ପରିବାର ସଦସ୍ୟଙ୍କ ଅନୁପସ୍ଥିତିରେ ଅଭିଯୁକ୍ତ ପପୁ ତାଙ୍କ ସ୍ତ୍ରୀଙ୍କୁ ଗାଳି ଗୁଲଜ କରିବା ସହ ହତ୍ୟା କରିବା ଉଦେଶ୍ୟରେ ତାଙ୍କର ଗଳା କୁ ଜୋରରେ ଚିପି ଧରିଥିଲେ । ଅଭିଯୋଗକାରିଣୀ କୌଶଳକ୍ରମେ ତାଙ୍କ ସ୍ବାମୀଙ୍କ କବଳରୁ ଖସିଆସି ନିଜର ଜୀବନ ବଞ୍ଚାଇଥିଲେ । ଏନେଇ ଶହୀଦନଗର ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ କରି ଅଭିଯୁକ୍ତ ସ୍ବାମୀକୁ ଗିରଫ କରି ଥାନାକୁ ଆଣିଥିଲେ । ପଚରା ଉଚରା ବେଳେ ଅଭିଯୁକ୍ତ ନିଜର ଅପରାଧ ସ୍ଵୀକାର କରିଥିଲେ । ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc