ନିରପେକ୍ଷ(ଭୁବନେଶ୍ୱର) : ଚନ୍ଦ୍ରଶେଖରପୁର ଥାନା ପୁଲିସ ଅଭିଯୋଗକାରୀ ଶ୍ରୀ ପ୍ରିୟବ୍ରତ ମହାପାତ୍ରଙ୍କ ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହ ସିଦ୍ଧାର୍ଥ କୁମାର ସାହୁ(25),ଅଭୟ ବେହେରା(24) ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ଜଣକ ଗତ କାଲି ରାତିରେ ନିଜ କାର ନେଇ ଲୁମ୍ବିନୀ ବିହାର ଅଞ୍ଚଳକୁ ଯାଇଥିବା ବେଳେ ନିମ୍ନୋକ୍ତ ଦୁଇ ଅଭିଯୁକ୍ତ ତାଙ୍କର ପିଛା କରିବା ସହିତ ରାସ୍ତାରେ ତାଙ୍କୁ ଜୋରଜବରଦସ୍ତ ଅଟକାଇଥିଲେ । ଅଭିଯୋଗକାରୀ ଜଣକ କାରର ଡୋର ଖୋଲିବା କ୍ଷଣି ଉଭୟ ଅଭିଯୁକ୍ତ ତାଙ୍କୁ ହଠାତ ଆକ୍ରମଣ କରିବା ଲାଗି ପ୍ରୟାସ କରିବା ସମୟରେ ସେ ସେଠାରୁ କାର ନେଇ ପଳାଇ ଯାଇଥିଲେ ।
