ନିରପେକ୍ଷ(ଭୁବନେଶ୍ୱର) : ଏୟାରପୋର୍ଟ ଥାନା ପୁଲିସ ବେଆଇନ ମଦ ବିକ୍ରୟ କରିବା ଅଭିଯୋଗରେମିଥୁନ ନାୟକ(21) ଅଭିଯୁକ୍ତଙ୍କୁଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ବିଶ୍ଵସ୍ତ ସୂତ୍ରରୁ ହସ୍ତଗତ ହୋଇଥିବା ସୂଚନା ଆଧାରରେ ଏୟାରପୋର୍ଟ ଥାନାଧିକାରୀଙ୍କ ନିର୍ଦ୍ଧେଶ କ୍ରମେ ସମ୍ପୃକ୍ତ ଥାନାର ପାଟ୍ରୋଲିଂ ଟୀମ କାର୍ଗିଲ ବସ୍ତିର ମଦନମୋହନ ସାହିରେ ଥିବା ଅଭିଯୁକ୍ତଙ୍କର ଘରେ ଅତର୍କିତ ଚଢଉ କରିବା ସହ ବେଆଇନ ଦେଶୀମଦ ବିକ୍ରୟ କରୁଥିବା ସମୟରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ ।
