ନିରପେକ୍ଷ(ଭୁବନେଶ୍ୱର): ଆସନ୍ତା କାଲି ମହାଶିବରାତ୍ରି ଉପଲକ୍ଷେ ପ୍ରଭୁ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ହେବାକୁ ଥିବା ଜନସମାଗମକୁ ଦୃଷ୍ଟିରେ ରଖି ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ତ୍ଵରାନ୍ଵିତ କରିବା ନିମନ୍ତେ ଭୁବନେଶ୍ବର ସହରାଞ୍ଚଳ ପୁଲିସ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

ଶିବରାତ୍ର ଉପଲକ୍ଷେ ରାଜ୍ୟର ବିଭିନ୍ନ ପ୍ରାନ୍ତ ତଥା ରାଜ୍ୟ ବାହାରୁ ଆସିବାକୁ ଥିବା ବିପୁଳ ସଂଖ୍ୟାରେ ଶ୍ରଦ୍ଧାଳୁ ମାନେ କିପରି ଶାନ୍ତି ଶୃଙ୍ଖଳାରେ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କୁ ଦର୍ଶନ କରିବେ ତାସହିତ ସୁରକ୍ଷିତ ଭାବରେ ମହାଶିବ ରାତ୍ରି ପାଳନ କରିବେ, ସେହିସବୁ ଦିଗକୁ ତର୍ଜମା କରାଯାଇ ଏହି ପୁଲିସ ବ୍ୟବସ୍ଥା ଆୟୋଜନ କରାଯାଇଛି ।

ଏଥି ସହିତ ଶ୍ରଦ୍ଧାଳୁ ତଥା ଅନ୍ୟାନ୍ୟ ସାଧାରଣ ଲୋକମାଙ୍କର ଯାତାୟତରେ କିପରି ସମସ୍ଯା ନ ଉପୁଜିବ ସେଥିପ୍ରତି ମଧ୍ୟ ଟ୍ରାଫିକ ବ୍ୟବସ୍ଥା ଉପରେ ଗୁରୁତ୍ବ ଦିଆଯାଇଛି ।
