ନିରପେକ୍ଷ(ଭୁବନେଶ୍ୱର): ଏୟାରପୋର୍ଟ ଥାନା ପୁଲିସ ଅଭିଯୋଗକାରୀଙ୍କ ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହ ହେମନ୍ତ କୁମାର ସାହୁ(33)ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନା ଯୋଗ୍ୟ ଯେ, ଅଭିଯୋଗକାରୀ ଏବଂ ତାଙ୍କ ପତ୍ନୀ ଏୟାରପୋର୍ଟ ଥାନା ଅଞ୍ଚଳରେ ଗତ ଦୁଇବର୍ଷ ହେବ ରହିଆସୁଥିବା ବେଳେ ଦିନ ମଜୁରିଆ ଭାବେ କାର୍ଯ୍ୟ କରନ୍ତି । ସେମାନଙ୍କର ଏକ ନାବାଳିକା କନ୍ୟା ଗତ ଛଅମାସ ହେବ ସେମାନଙ୍କ ସହିତ ରହୁଥିଲେ । ନିମ୍ନୋକ୍ତ ଅଭିଯୁକ୍ତ ଜଣକ ଅଭିଯୋଗକାରୀଙ୍କ ଘର ନିକଟରେ ରହୁଥିବାରୁ ସେ ତାଙ୍କ ନାବାଳିକା କନ୍ୟାଙ୍କ ସଂସ୍ପର୍ଶରେ ଆସିଥିଲେ ଓ ତାଙ୍କୁ ବିବାହ କରିବାର ମିଥ୍ୟା ପ୍ରତିଶୃତି ଦେଉଥିଲେ ।
